ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍ଡାଉନ୍ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ ଲୋକେ ବାହାରକୁ ଆସି ପାରିଛନ୍ତି। ତେବେ ଲକ୍ଡାଉନ ସମୟରେ ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଶୁଟିଂ ଆରମ୍ଭ କରିଥିବା ଦେଖାଯାଇଛି। ମୁହଁରେ ମାସ୍କ ବାନ୍ଧି ଅକ୍ଷୟ ଶୁଟିଂ ଶେଟରେ ଉପସ୍ଥିତି ଥିବା ବେଳେ ପାଖରେ ନିର୍ଦ୍ଦେଶକ ଓ ଅନ୍ୟ କେତେଜଣ ନଜର ଆସୁଛନ୍ତି। ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଶୁଟିଂ ସେଟ୍ରେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ପ୍ରାୟ ସମସ୍ତେ ମାସ୍କ ପିନ୍ଧିଥିବା ଦେଖାଯାଇଛି। ଖୁବ୍ କମ୍ ଲୋକଙ୍କୁ ନେଇ ଶୁଟିଂ କରଯାଉଥିବା ବେଳେ ଶୁଟିଂ ସେଟ୍ରେ ବି ସାଇନାଇଜେଶନକୁ ଗୁରୁତ୍ୱ ଦିଆଯାଇଛି। ଏହା କୌଣସି ଫିଲ୍ମ ନୁହେଁ ବରଂ ଏକ ସରକାରୀ କ୍ୟାମ୍ପେନ ପାଇଁ ଏହି ଶୁଟିଂ କରାଯାଉଥିବା ଜଣାପଡିଛି।