Posted inବୌଦ୍ଧ

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ ଓ ପନିପରିବା ଚାଷ ଲୋକଙ୍କ ମୁଖ୍ୟ ଆୟକାରୀ ଫସଲ । ସେମାନେ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷୀମାନେ ଧାନ ବିକ୍ରି କରିବାକୁ ମଣ୍ଡିରେ ରଖିଥିଲେ । ହେଲେ ଅଦିନିଆ ବର୍ଷାରେ ତାହା ନଷ୍ଟ ହୋଇଗଲା । ଏହି କ୍ଷତିକୁ ଚାଷୀମାନେ ଭରଣ କରି ନ ଥିବା ବେଳେ ବର୍ତ୍ତମାନ କରୋନା କଟକଣା ପରିବା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଲକ୍‌ଡାଉନ ଯୋଗୁ ଚାଷଙ୍କ ପରିବା ଚାଷ ଏକ ପ୍ରକାର ଉଜୁଡି ଯାଇଛି । ଜମିରେ ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ , କଲରା, ଜହ୍ନି ଆଦି ପରିବା ଗଛରେ ରହି ପଚି ଯାଉଛି । ଗାଡି ଚଳାଚଳ ବନ୍ଦ ଯୋଗୁ ସେହି ପରିବା କିଣିବାକୁ କୌଣସି ବ୍ୟବସାୟୀ ଆସି ପାରୁ ନାହାନ୍ତି । ଏଣେ ଚାଷୀ ବି ନିଜ ଜମିର ପରିବା ତୋଳି ହାଟ ବଜାରକୁ ନେଇପାରୁନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ବୌଦ୍ଧ ସହର ନିକଟ ଗିରସିଙ୍ଗା, ମର୍ଯ୍ୟାଜିପୁର, ମୁର୍ଷୁଣ୍ଡି, ବଢିଙ୍ଗା ଆଦି ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏକର ଏକର ଜମିରେ ଫଳିଥିବା ପନିପରିବା ପଚି ନଷ୍ଟ ହୋଇଛି । ଯାହାକିଛି ଚାଷୀ ବିକ୍ରି ପାଇଁ ସ୍ଥାନୀୟ ବଜାରକୁ ଆଣୁଥିଲେ ତାହା ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି । କେତେକ କ୍ଷେତ୍ରରେ ଚାଷୀ ନିଜ ପରିବାକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏପରି ପରିସ୍ଥିତିରେ ପରିବା ଚାଷୀମାନେ ସେମାନଙ୍କ ଋଣ କିପରି ଶୁଝିବେ ତାହା ଚିନ୍ତା କରିପାରୁନାହାନ୍ତି । ଜିଲା ପ୍ରଶାସନ ଏହି ପରିବା ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍‌ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି, ଗିରଫ ପରେ କୋର୍ଟଚାଲାଣ

ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍‌ରେ ଆଇଆର୍‌ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ଚଢାଉ ବେଳେ STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଲେ ଗଞ୍ଜେଇ ମାଫିଆ

ବୌଦ୍ଧ,୨୫।୩: ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଚଢାଉ କରିଥିବା STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ...

ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌

ବୌଦ୍ଧ,୨୧।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜବତ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।...

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛତଳେ ପାଠ ପଢିଲେ ଛାତ୍ରୀଛାତ୍ର

ବୌଦ୍ଧ,୩।୫:(ଅଜିତ କୁମାର ବାରିକ ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚି ପ୍ରଧାନ ଦୁଇଜଣ ଛାତ୍ରୀଙ୍କୁ ଦଣ୍ଡ...

ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ

ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image