ଲକ୍‌ଡାଉନ ଯୋଗୁ କମିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୮ ହଜାର ଅତିକ୍ରମ କରିସାରିଥିବା ବେଳେ ଲକ୍‌ଡାଉନ ଯୋଗୁ ସଂକ୍ରମଣ ସଂଖ୍ୟା କମ୍‌ ରହିଛି ବୋଲି କହିଛନ୍ତି ଏମ୍ପପାଓ୍ବାର୍ଡ ଗ୍ରୁପ ୧ର ଚେୟାରମ୍ୟାନ ଡା.ଭିକେ ପଲ। ଠିକ୍‌ ସମୟରେ ଯଦି ଲକ୍‌ଡାଉନ କରାଯାଇ ନ ଥାଆନ୍ତା ତେବେ ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇଯାଇଥାଆନ୍ତା ବୋଲି ଶୁକ୍ରବାର ସେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଲକ୍‌ଡାଉନ ଯୋଗୁ ୮୦ ପ୍ରତିଶତ ସଂକ୍ରମିତ କେବଳ ୫ ରାଜ୍ୟରେ ଦେଖାଯାଇଥିବା ବେଳେ ୬୦ ପ୍ରତିଶତ କେବଳ ୫ ସହରରେ ଦେଖାଯାଇଥିଲା। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧,୧୮,୪୪୭ ଥିବା ବେଳେ ଏମାନଙ୍କ ମଧ୍ୟରୁ ୪୮,୫୩୪ ଜଣ ସୁସ୍ଥ ହୋଇସାରିଲେଣି। ସେହିଭଳି ୬୬,୩୩୦ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩,୫୮୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share