ଲକ୍‌ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ

ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ଡାଉନ୍‌ ହେବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଫେରି ପାରି ନ ଥିଲେ। ଏବେ ସଞ୍ଜୟ ତାଙ୍କ ପିଲାଙ୍କ ସହ ପ୍ରତିଦିନ ଭିଡିଓ କଲ୍‌ରେ କଥା ହେଉଛନ୍ତି। ତଥାପି ସେମାନଙ୍କ ସୁରକ୍ଷା ଚିନ୍ତା ତାଙ୍କୁ ଲାଗିରହିଛି। ଏନେଇ ସଞ୍ଜୟ ସବୁବେଳେ ଚିନ୍ତିତ ରହୁଛନ୍ତି। ସେ ଆହୁରି କହିଛନ୍ତି ଯେ, ଅତୀତରେ ମୁଁ ଏଭଳି ଲକ୍‌ଡାଉନ୍‌ରେ ସମୟ ବିତାଇଥିଲି। ସେତେବେଳେ ବି ମୁଁ ମୋ ପରିବାରକୁ ବହୁତ ମିସ୍‌ କରୁଥିଲି। ବର୍ତ୍ତମାନ ବି ସେମାନଙ୍କୁ ଛାଡ଼ି ରହିବା ମୋ ପକ୍ଷେ କଷ୍ଟକର ହୋଇପଡ଼ିଛି। କିନ୍ତୁ ମୁଁ ଏହାର ସମାଧାନ ମଧ୍ୟ କରିପାରିବିନି। ଭଗବାନଙ୍କୁ ପ୍ରାର୍ଥନା କରୁଛି, ଶୀଘ୍ର ଏହି କଷ୍ଟକର ସମୟ ଟଳିଯାଉ। ପ୍ରତି ମୁହୂର୍ତ୍ତରେ ମୋ ପରିବାର କଥା ମନେପଡ଼ୁଛି ବୋଲି ସଞ୍ଜୟ କହିଛନ୍ତି।

Share