ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହିଥିବା ବେଳେ ବଲିଉଡ୍‌ ସେଲବ୍ରିଟିମାନେ ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି। ଏହି ସମୟରେ ବଲିଉଡ୍‌ ଅଭିନେତ୍ରୀ ମନିଷା କୋଇରାଲା ଏବେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି କି ଲକ୍‌ଡାଉନ ତାଙ୍କ ନିଦରେ ବ୍ୟାଘାତ ସୃଷ୍ଟି କରିଛି। ଅଧା ରାତିରେ ସେ ଉଠି ବସି ପଡୁଛନ୍ତି। ତାଙ୍କ ଆଖିରେ ନିଦ ଆସୁନାହିଁ। ଏମିତି ଏକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏ ସମ୍ପର୍କରେ ନିଜ ନିଜ ମତ ରଖିଛନ୍ତି। କେହି କେହି ଏହାର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଆଉ କେହି କେହି ମନିଷାଙ୍କ ସହ ଏକମତ ମଧ୍ୟ ହୋଇଛନ୍ତି। ଆଉ କେତେଜଣ ନିଦ ଲାଗିବା ପାଇଁ ଛୋଟ ମୋଟ ଔଷଧକୁ ନେଇ ମଧ୍ୟ ଆଲୋଚନା କରିଥିବା ଦେଖାଯାଇଛି।

Share