ଲକ୍‌ଡାଉନ ସମୟରେ ୧୪୯ଟି ରେକ୍‌ରେ ଚାଉଳ ପରିବହନ

ସମ୍ବଲପୁର, ୨୭।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଲକ୍‌ ଡାଉନ ଜାରି ରହିଛି । ଏହି ସମୟରେ ସମ୍ବଲପୁର ରେଳମଣ୍ଡଳ ଅନବରତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରୁଛି । ଗତ ୨୪ ତାରିଖ ୧୪୯ଟି ରେକ୍‌ରେ ୭୩୩ ୱାଗନ୍‌ ଜରିଆରେ ୪ଲକ୍ଷ ୫୪ ହଜାର ୮୯୪ ଟନ୍‌ ଚାଉଳ ହୀରାକୁଦ, ବଲାଙ୍ଗୀର, ବରଗଡ ରୋଡ, ଡୁଙ୍ଗୁରିପାଲି, କେସିଙ୍ଗା, କଣ୍ଟାବାଞ୍ଜି, କୋମାଖାନ୍‌, ଖରିଆର ରୋଡ, ଜୁନାଗଡ ରୋଡ, ବେଲଷଣ୍ଡା ଷ୍ଟେଶନ ଗୁଡିକରୁ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ରାଜ୍ୟକୁ ପଠାଯାଇଛି । ଗୁଡ୍‌ ସେଡ଼୍‌ ଗୁଡିକରେ ମାଲ ବୋଝେଇ ଓ ଖଲାସ ସମୟରେ ଶ୍ରମିକ ଏବଂ କର୍ମଚାରୀମାନେ ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

Share