ଲକ୍‌ଡାଉନ ସ୍ଥିତି ଯାଞ୍ଚ କରିବା ସହ ସଚେତନ କଲେ ଏସ୍‌ପି

ପଦ୍ମପୁର,୨୩।୪(ଡି.ଏନ୍‌.ଏ.): ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଅଞ୍ଚଳରୁ କାହାରିକୁ ପ୍ରବେଶ କିମ୍ବା ବାହାରିବାକୁ ଅନୁମତି ଦିଆଯାଇନାହିଁ। ବୁଧବାର ସନ୍ଧ୍ୟାରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ କୁମାର ପଣ୍ଡିତ, ବାସୁଦେବପୁର ଥାନାଧିକାରୀ ମଧୁମିତା ମହାନ୍ତି ଅଢୁଆଁ, ବିନାୟକପୁର, ଳୁଙ୍ଗା, ପଦ୍ମପୁର, ଗୁଆଗଢ଼ିଆ, ସୁଗୋ, ଏରତାଳ ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ କରିଥିଲେ। ଏଥିସହ ଆବଶ୍ୟକ ବା ଜରୁରୀ ନ ଥିଲେ ଗଁା ଭିତରକୁ ପ୍ରବେଶ ବା ବାହାରକୁ ନ ଯିବା ପାଇଁ ଏସ୍‌ପି ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଗଁା ବାହାରେ ବୁଲୁଥିବା ଲୋକମାନଙ୍କୁ ଏଭଳି ସ୍ଥିତିରେ ଘରୁ ନ ବାହାରିବାକୁ ସଚେତନ କରାଇବା ସହ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।