ଲକ୍‌ଡାଉନ ସ୍ଥିତି ଯାଞ୍ଚ କଲେ ଏସ୍‌ପି

ପଦ୍ମପୁର, ୨୩ା୪(ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବ୍ଲକର ୯ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଗ୍ରାମରୁ କାହାରିକୁ ବାହାରକୁ ଯିବାକୁ ଓ ବାହାରୁ କାହାରିକୁ ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ କୁମାର ପଣ୍ଡିତ, ବାସୁଦେବପୁର ଥାନାଧିକାରୀ ମଧୁମିତା ମହାନ୍ତି ବୁଧବାର ସନ୍ଧ୍ୟାରେ ଅଢ଼ୁଆଁ, ବିନାୟକପୁର, ଲୁଙ୍ଗା, ପଦ୍ମପୁର, ଗୁଆଗଢ଼ିଆ, ସୁଗୋ, ଏଡ଼ତାଳ, ଲକ୍ଷ୍ମୀଦାସପୁର ଅଞ୍ଚଳରେ ସ୍ଥିତି ଯାଞ୍ଚ କରିବା ସହ ଜରୁରୀ କାରଣ ବିନା କୌଣସି ପରିସ୍ଥିତିରେ ଗ୍ରାମରେ ପ୍ରବେଶ ନ କରାଇବାକୁ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମରେ ବାହାରେ ବୁଲୁଥିବା ଲୋକମାନଙ୍କୁ ଏହି ପରିସ୍ଥିତିରେ ଘରୁ ନ ବାହାରିବାକୁ ସଚେତନ କରାଇବା ସହ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।