ଲକ୍‌ଡାଉନ ୩.୦: ମହାରାଷ୍ଟ୍ରର ୫ଟି ଜିଲାରେ ଖୋଲିବନି ମଦ ଦୋକାନ

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଚାଲିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣାଧିନ ହେଉନାହିଁ। ଲକ୍‌ଡାଉନ ୩.୦ ସମୟରେ କେତେକ କଟକଣାକୁ କୋହଳ କରାଯାଇଛି। ଏଥିସହ ଯେଉଁ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ନାହିଁ ସେଠାରେ ମଦ ବିକ୍ରି କରାଯାଇପାରିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସୋମବାର ମହାରାଷ୍ଟ୍ରର ୫ଟି ଜିଲାରେ ମଦ ବିକ୍ରି ଉପରେ କଟକଣା ଲଗାଇଯାଇଛି। ସୋଲପୁର, ଔରାଙ୍ଗାବାଦ, ଜାଳନା, ବୁଲଢ଼ାଣା ଓ ଅମରାବତୀ ଜିଲାର ପ୍ରଶାସନ ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁସାରେ ଉକ୍ତ ଜିଲାଗୁଡ଼ିକରେ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବି ବିକ୍ରି ମଧ୍ୟ ହେବ ନାହିଁ। ସୂଚନା ମୁତାବକ ବୁଲଢ଼ାଣା ଓ ଅମରାବତୀ ପ୍ରଶାସନ ମେ’୧୭ ଯାଏ ଏହି କଟକଣା ଲଗାଇଥିବା ବେଳେ ଔରାଙ୍ଗାବାଦରେ ମଦ ଫାକ୍ଟ୍ରିରେ କେବଳ ଉତ୍ପାଦନ ହୋଇପାରିବ କିନ୍ତୁ ବିକ୍ରି ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

Share