Categories: ଜାତୀୟ

ଲକ୍‌ଡାଉନ ୪.୦ ପରେ ‘ଓ୍ବାର୍କ ଫ୍ରମ ହୋମ’ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାରଙ୍କ ୭୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସର ସଂକ୍ରମଣ ବହୁ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚ୍‌ଓ ଆହୁରି ମଧ୍ୟ କହିଛି କରୋନା କେବେବି ବିଶ୍ୱରୁ ମୂଳପୋଛ ନ ହୋଇପାରେ। ଏହାସହ ଗୋଟିଏ ଦିନ ପୂବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଆମେକୁ କରୋନା ସହ ମିଶି ବଞ୍ଚିବାକୁ ପଡିବ। ଏସବୁ ପରେ ମୋଦି ସରକାରଙ୍କର ପାଖାପାଖି ୭୫ ମନ୍ତ୍ରଣାଳୟ ‘ଓ୍ବାର୍କ ଫ୍ରମ ହୋମ’ ପରମ୍ପରାକୁ ଆପଣେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡିଛି। ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଇ ଏଭଳି କରାଯିବ। ତେବେ ଲକ୍‌ଡାଉନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ୮୦ ପ୍ରତିଶତ କାମ ଓ୍ବାର୍କ ଫ୍ରମ ହୋମରୁ କରାଯାଇଥିବା ସୂଚନା ରହିଛି।

Share