Advertisement

ଲକ୍‌ ଡାଉନକୁ ଚୋରା ମଦ ବ୍ୟବସାୟୀଙ୍କ ଭୟ ନାହିଁ

ଦେବଗଡ,୧୦ା୪(ଡି.ଏନ.ଏ):କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ ଡାଉନ୍‌ ସତ୍ତ୍ୱେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜାରି ରହିଛି। ଶୁକ୍ରବାର ତେଲିମୁଣ୍ଡା ନିକଟସ୍ଥ ଏକ ବନ୍ଧ ହୁଡାରୁ ମଦ ପ୍ରସ୍ତୁତ ପାଇଁ ୬ଟି ଡ୍ରମ୍‌ରେ ରଖାଯାଇଥିବା ୧୨୦୦ କିଲୋ ମହୁଲ ପୋଚ ଜବତ କରାଯାଇଛି। ଘଟଣା ସ୍ଥଳରେ ତାହା ନଷ୍ଟ କରାଯାଇଥିଲା। ଅନ୍ୟ ଏକ ଟିମ୍‌ ବାରକୋଟ ଥାନା ଅନ୍ତର୍ଗତ ନୂଅଁାଗାଁ, ବଗଛେରା ଓ ଘଣ୍ଟିପୋଶି ଅଞ୍ଚଳରେ ଚଢାଉ କରି ୭୦୦ କିଲୋ ମହୁଲ ପୋଚ ଓ ୨୦ ଲିଟର ରନ୍ଧା ଦେଶୀମଦ ଜବତ କରିଛି। ଏଥିସହ ବହୁ ମଦ ରନ୍ଧା ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୨ଟି ମାମଲା ଋଜୁ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share