ଲକ୍‌ ଡାଉନ୍‌ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ

ଗାଜିଆବାଦ୍‌,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉତ୍ତରପ୍ରଦେଶର ଲୋନି ବିଧାନସଭା ଆସନର ବିଧାୟକ ନନ୍ଦକିଶୋର କହିଛନ୍ତି ଯେ, ଲକ୍‌ ଡାଉନ୍‌ ସମୟରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ। ଗୁଳି କରିଥିବା ପୋଲିସ କର୍ମଚାରୀଙ୍କୁ ୫୧୦୦ ଟଙ୍କାର ପୁରସ୍କାର ଦେବାକୁ ମଧ୍ୟ ନନ୍ଦକିଶୋର କହିଛନ୍ତି। ଏଭଳି ଲୋକଙ୍କ ଦେଶଦ୍ରୋହୀ ଭାବେ ଘୋଷଣା କରାଯିବ ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗାଜିଆବାଦ୍‌ରେ ୩ ଜଣ କେରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସମଗ୍ର ରାଜ୍ୟରେ ୪୦ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ଇତିମଧ୍ୟରେ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share