ଜୟପୁର,୨୮।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ୍ ଜାରି କରାଯାଇଛି। ଫଳରେ ସମଗ୍ର ଦେଶର ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ଏଭଳି ସ୍ଥିତି ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ଜୟପୁର ସହର ଲକ୍ଡାଉନ୍ ଶୂନଶାନ୍ ହୋଇପଡ଼ିଛି। ଫଳରେ ଜଙ୍ଗଲୀ ପ୍ରାଣୀ ଏବେ ସହର ମୁହାଁ ହେବାରେ ଲାଗିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ହରିଣ ପଲ ଜୟପୁର ସହରରେ ବୁଲୁଥିବାର ଜଣାପଡ଼ିଛି। ହରିଣ ପଲ ବୁଲୁଥିବାର ଭିଡ଼ିଓ ସିସିଟିଭିରେ ରେକର୍ଡିଂ ହୋଇଛି। ଏହା ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପରିବେଶକୁ ନଷ୍ଟ କରି ଏବେ ମଣିଷ ଘରେ ବନ୍ଦ ଥିବାବେଳେ ପ୍ରାଣୀ ବାହାରେ ବୁଲୁଛନ୍ତି ବୋଲି ବହୁ ୟୁଜର କମେଣ୍ଟ ଦେଇଛନ୍ତି।