ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି ।  ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।  ପନିପରିବା ସହିତ ତରଭୁଜ ଚାଷ କରି ଲାଭବାନ ହେବାକୁ ଚାଷୀମାନେ ଆଶା ବାନ୍ଧିଥିଲେ ।  ଏଥିପାଇଁ ଧାରକରଜ କରି ଚାଷ କାମ ଆରମ୍ଭ କରିଥିଲେ ।  ହେଲେ ଭାଗ୍ୟ ସାଥ୍‌ ଦେଲାନି ।  ଚାଷ ଆରମ୍ଭର କିଛିଦିନ ପରେ କରାବର୍ଷା ମାଡରେ ଚାଷ ନଷ୍ଟ ହୋଇଥିଲା ।  ତଥାପି ଚାଷୀମାନେ ମନକୁ ବୁଝାଇ ପୁଣିଥରେ ଉଜୁଡି ଯାଉଥିବା ଚାଷକୁ ସଜାଡି ଥିଲେ ।  ଜମିରେ ଦିନରାତି ଏକା କରି ପନିପରିବା ସହିତ ତରଭୁଜ ଫଳାଇବାକୁ ଚେଷ୍ଟା କରିଥିଲେ ।  ସେମାନଙ୍କ ଝାଳବୁଝା ପରିଶ୍ରମ ଯୋଗୁ ଫସଲ ବି ଭଲ ହୋଇଥିଲା ।  ହେଲେ କରୋନା ଆତଙ୍କ ଏଡ଼ାଇବାକୁ ସରକାର ପକ୍ଷରୁ ଲକ୍‌ଡାଉନ ଘୋଷଣା ହେବା ପରେ ଚାଷୀମାନଙ୍କ ଚିନ୍ତା ବଢ଼ିଛି । ବ୍ୟବସାୟୀମାନେ ପନିପରିବା ନେବାକୁ ଆସୁନାହାନ୍ତି ।  ଫଳରେ ବିକ୍ରି ନ ହୋଇ ପନିପରିବା ଜମିରେ ସେମିତି ପଡି ରହିଛି ।  ତରଭୁଜର ଅବସ୍ଥା ବି ସେମିତି ।  ପ୍ରତିଦିନ ପନିପରିବା ସହିତ ତରଭୁଜ ପଚି ନଷ୍ଟ ହେଉଛି ।
କୋକସରା ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ।  ବ୍ଲକର ୪ ପଞ୍ଚାୟତର କେତେକ ଗ୍ରାମ ଡାଲୁଆ ।  ଏହାବ୍ୟତୀତ ବ୍ଲକର ଅନ୍ୟ ପଞ୍ଚାୟତରେ ଖରିଫ ଋତୁ ଧାନ ଅମଳ ସରିବା ପରେ ମୁଖ୍ୟତଃ ଚାଷୀମାନେ ଡାଲି ଜାତୀୟ ଫସଲ କରିଥାନ୍ତି ।  ମୁଟ୍ରାନଦୀକୂଳିଆ ଅଞ୍ଚଳଥିବା ବଡପୋଡାଗୁଡା, ବାବେକୋରହା, ଭାଳିଆଯୋର, କାଉଡୋଲା ସୁନାମାଳ, ଗମ୍ଭାରିଗୁଡା, ମଜୁରସାଇ, ଫୁଫଗାଁ, ଡଙ୍ଗରିଗୁଡା ଓ କମଳନଦୀ କୂଳ ଆଦି ଅଞ୍ଚଳର ଚାଷୀମାନେ କୋବି, ଟମାଟୋ,ବାଇଗଣ, ଲଙ୍କା ମାଖନ, ଭେଣ୍ଡି, କଲରା, ମକା, ପିଆଜ , ତରଭୁଜ ଆଦି ଚାଷକରି ଜୀବାକା ନିର୍ବାହ କରିଥାନ୍ତି ।  ଚଳିତ ବର୍ଷ ମଧ୍ୟ ଶତାଧିକ ଚାଷୀଙ୍କ ପନିପରିବା ଚାଷ ଭଲ ହୋଇଥିଲା ।  ପ୍ରଥମେ କରାମାଡ ରେ ଚାଷ ନଷ୍ଟହୋଇ ଥିବାବେଳେ ଏବେ ଲକ୍‌ ଡାଉନ ଯୋଗୁ ବିକ୍ରି ବନ୍ଦ ହୋଇଯାଇଛି ।  ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।  ଡଙ୍ଗରିଗୁଡାର ସହଦେବ ମାଝି କୁହନ୍ତି, ମୁଁ ୫ ଏକର ଜମିରେ ତରଭୁଜ ଚାଷ କରିଥିଲି ।  ଚଳିତ ବର୍ଷ ଲକ୍ଷାଧିକ ଟଙ୍କା ଲାଭ ହେବ ବୋଲି ଆଶା କରିଥିଲି ।  ସେଥିପାଇଁ ଦିନରାତି ତରଭୁଜ ବାଡିରେ ଶୋଇ ଭାଲୁ, ହେଟାବାଘ ଆଦି ବନ୍ୟଜନ୍ତୁଙ୍କ କବଳରୁ ତରଭୁଜ ଚାଷକୁ ବଞ୍ଚାଇ ରଖିଥିଲି ।  ହେଲେ ଲକ୍‌ଡାଉନ ଯୋଗୁ ମୋ ପରି ଅନେକ ଚାଷୀଙ୍କ ଆଶା ଭାଙ୍ଗି ଯାଇଛି ।  ଏବେ ମୁଖ୍ୟ ବଜାର ସହ କୋକସରା, ଆମପାଣି, ଲଡୁଗାଁ ଆଦି ସାପ୍ତାହିକ ବଜାର ୩ ସପ୍ତାହ ହେଲା ବନ୍ଦ ରହିଛି ।  ଗାଡ଼ି ମୋଟର ବନ୍ଦ ଯୋଗୁ ଅନ୍ୟ ଜିଲାର ବ୍ୟବସାୟୀମାନେ ଆସି ପାରୁନାହାନ୍ତି ।  ଫଳରେ ଜମିରେ ତରଭୁଜ ପଚି ନଷ୍ଟ ହେଉଛି ।  ସେହିପରି ଡଙ୍ଗରିଗୁଡ ଚାଷୀ ଉମାକାନ୍ତ କେତକୀଙ୍କ ତରଭୁଜ ଓ ପନିପରିବା ପଚି ନଷ୍ଟ ହେଉଥିବା କହିଛନ୍ତି ।  ସୁନାମାଳର ଚାଷୀ ଶୁକ୍ରୁ ଭାଟି, ଜୟସେନ ଭାଟି, ଭଳ ରୋତି , ବୈରାଗୀ ସାହୁ, ସୀମା ନାଏକ, ବିଦୁ ହଂସ ଆଦି ଚାଷୀଙ୍କ ପିଆଜ, ମକା , ପନିପରିବା ଆଦି ଲକ୍‌ ଡାଉନ ଯୋଗୁ ବିକ୍ରି ନ ହୋଇ ପଡି ରହିଥିବା ଅଭିଯୋଗ କରିଛନ୍ତି ।  ଏପରି ଚାଷୀଙ୍କୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।  ଏନେଇ କୋକସରା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ପାତ୍ର କୁହନ୍ତି, ପନିପରିବା ଚାଷ ପାଇଁ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ ।  ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri