ଲକ୍‌ ଡାଉନ ନିୟମକୁ ଉଲ୍ଲଂଘନ: ୧୯ ଜଣଙ୍କ ନାଁରେ ମାମଲା

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ନେଇ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହୋଇଛି। ହେଲେ ଏହି ସମୟରେ କେତେକ ଲୋକଙ୍କର କୌଣସି କାମ ନ ଥିଲେ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି। ଲକ୍‌ଡାଉନ ନିୟମ ଉଲ୍ଲଂଘନ କରିଥିବାରୁ ବୁଧବାର ପୁରୀ ପୋଲିସ ୧୯ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ୭୫ଟି ବାଇକ୍‌ ଜବତ କରିଛି।
ପୁରୀ ସହରର ୭ଟି ଥାନାକୁ ଜୋନ ଓ ସେକ୍ଟରରେ ବିଭକ୍ତ କରାଯାଇଛି। ୨୦ଟି ପାଟ୍ରୋଲିଂ ଗାଡ଼ିି ବୁଲୁଛି। ୪ଟି ସ୍ଥାନରେ ନୋ କ୍ରସିଂ ପଏଣ୍ଟ ହୋଇଛି। ୨୨ଟି ସ୍ଥାନରେ ନାକାବନ୍ଦୀ କରାଯାଇଛି। ଏକାକୀ ରହୁଥିବା ବୃଦ୍ଧା ବା ବୃଦ୍ଧ ଅଥବା ବୃଦ୍ଧ ଦମ୍ପତି ନାମ ପଞ୍ଜୀକରଣ କଲେ ସ୍ବେଚ୍ଛାସେବୀମାନଙ୍କ ଜରିଆରେ ସେମାନଙ୍କୁ ସହଯୋଗ ଯୋଗାଇ ଦିଆଯାଉଛି। ୟୁଥ୍‌ ଫର୍‌ ବେଟର୍‌ ପୁରୀର ସ୍ବେଚ୍ଛାସେବୀଙ୍କ ଜରିଆରେ ଔଷଧ ତଥା ଆବଶ୍ୟକ ଜିନିଷପତ୍ର ସେମାନଙ୍କ ପାଖରେ ପହଞ୍ଚାଯାଉଛି ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି।

Share