ବୈପାରିଗୁଡ଼ା,୫।୪(ଡି଼.ଏନ୍.ଏ.): କରୋନାକୁ ନେଇ ଚାରିଆଡ଼େ ଆତଙ୍କିତ ପରିସ୍ଥିତି। ସବୁଠି ଲକ୍ ଡାଉନ୍। ବାହାରକୁ ନ ଆସିବାକୁ ପୋଲିସ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। ଗୋଷ୍ଠୀଗତ ଭାବେ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବାକୁ ନିୟମ କରାଯାଇଛି। ନିୟମ ଖିଲାପ କରୁଥିବା ଲୋକଙ୍କୁ ପୋଲିସ ଦଣ୍ଡ ଦେଉଛି। ତଥାପି ଏହାକୁ ଖାତିର ନ କରି ଚୈତ୍ର ପର୍ବ ଆଳରେ ଲୋକେ ସଙ୍ଘଵଦ୍ଧ ଭାବେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର କୋରାପୁଟ ଜିଲା ବୈପାରିଗୁଡା ବନାଞ୍ଚଳ ଅଧୀନସ୍ଥ କେନୁଗୁଡା ପଞ୍ଚାୟତ ଭାଲୁଗୁଡା ଗ୍ରାମର କେତେକ ଆଦିବାସୀ ଯୁବକ ବେଣ୍ଟ କରିଥିଲେ। ସେମାନେ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟି ପିଟି ୫ଟି ଠେକୁଆ ଶିକାର କରି ସନ୍ଧ୍ୟାରେ ଉତ୍ସବ ମନାଇଥିଲେ। ଖବର ପାଇ ବନ ବିଭାଗ ଚଢାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଆଣି ଅଟକ ରଖି ପରେ ଛାଡ଼ିଦେଇଥିଲା। ଏ ସମ୍ପର୍କରେ ଵନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାଟି ସତ। କିନ୍ତୁ ମୃତ ଠେକୁଆଙ୍କ ଦେହାବଶେଷ ଜବତ ହୋଇପାରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ।

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା
ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ
ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍ସୋ ଅଦାଲତ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ
ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ
ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ...

ବଡ଼ ଧରଣର ଅବକାରୀ ଚଢାଉ, ଦେଶୀ ମଦ ଭାଟି ଭାଙ୍ଗିଲେ ଅଧିକାରୀ
ଜୟପୁର,୧୦ା୪(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ...

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୦।୪: ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର...

ନକଲି ସାର୍ଟିଫିକେଟ ଦେଇ ଚାକିରି! ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼
ବରଗଡ଼,୧୦।୪: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବରଗଡ଼ ସହରରେ ଥିବା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ଜଣେ...

ଓଡ଼ିଆ ପକ୍ଷ ପାଳନ: ବିଜ୍ଞାନ ଇଣ୍ଟରନେସନାଲ ଡିଗ୍ରୀ କଲେଜ ତରଫରୁ ରକ୍ତଦାନ ଶିବିର
କୋରାପୁଟ,୧୦।୪(ଅମିତାଭ ବେହେରା): ଓଡ଼ିଆ ପକ୍ଷ ପାଳନ ଅବସରରେ ବିଜ୍ଞାନ ଇଣ୍ଟର୍ନେସନାଲ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଗୁରବାର ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।...