ଗୁଣପୁର,୫।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୋଲିସ ଲକ୍ ଡାଉନ କଟକଣା ଅମାନ୍ୟ କରିଥିବା ଅଭିଯୋଗରେ ରବିବାର ସୁଦ୍ଧା ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ରବିବାର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏମ୍. ସତ୍ୟ ଭରା ପ୍ରସାଦ ରାଓ ଦୋକାନ ଖୋଲି ଚା ବିକୁଥିଲେ। ସେଠାରେ ବହୁତ ଲୋକ ଗହଳି କରିବା ସହ ସାମାଜିକ ଦୂରତ୍ୱ ମଧ୍ୟ ପାଳନ ହେଉ ନ ଥିଲା। ତେଣୁ ସେହି ଚା ଦୋକାନୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।