Advertisement

ଲଗାଣବର୍ଷାରେ ବରଗଡ଼ – ଅମ୍ବାପାଲି ବିଚ୍ଛିନ୍ନ : ବଢୁଛି ଜିରାନଦୀ ଜଳସ୍ତର

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ବିଳମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଲାଗିରହିଛି । ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବରଗଡ଼ ସହର ଦେଇ ଯାଇଥିବା ଜିରାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଜିରାନଦୀର ଫେୟାର ୱେଦର ରାସ୍ତା ଉପରେ ପାଣି ଯାଉଥିବା ଯୋଗୁ ଅମ୍ବାପାଲି – ବରଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରକାଶଥାଉକି, ଜିରାନଦୀ ଉପରେ ବ୍ରିଟିଶ ଶାସନ କାଳରୁ ଏକ ପୋଲ ନିିର୍ମାଣ ହୋଇଥିଲା। ତାହା ବିପଦସଙ୍କୁଳ ଅବସ୍ଥାକୁ ଆସିବ ପରେ ସେହି ପୋଲକୁ ଭାଙ୍ଗି ନୂତନ ପୋଲ ନିିର୍ମାଣ ଚାଲିଛି ଏବଂ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ଫେୟାର ୱେଦର ରାସ୍ତା ନିର୍ମିତ ହୋଇଛି। ସେହି ରାସ୍ତା ଉପରେ ସାଧାରଣ ଲୋକଙ୍କ ସମେତ ସ୍ଥାନୀୟ ଛାତ୍ରୀଛାତ୍ର, ଚାଷୀ, ସରକାରୀ, ବେସରକାରୀ କର୍ମଚାରୀ ଯିବା ଆସିବା କରୁଥିଲେ । ମାତ୍ର ଫେୟାର ୱେଦର ରାସ୍ତା ଉପରେ ଏବେ ପାଣି ବହୁଥିବା ଯୋଗୁ ଯାତାୟତ ଠପ୍‌ ହୋଇପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel