ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି ଚାଷଜମି। ଚାଷୀମାନେ ବର୍ଷସାରା ପରିଶ୍ରମ କରି ଭଲ ଫସଲ ଉତ୍ପାଦନକୁ ଚାହିଁ ରହିଥିବାବେଳେ ଅଦିନିଆ ବର୍ଷା ସେମାନଙ୍କୁ ନିରାଶ କରିଛି। ସଦର ବ୍ଲକ ମଣ୍ଡାପାଳ ଗ୍ରାମରେ କ୍ଷୟକ୍ଷତି ସୀମା ଟପିଛି। ସୁରେଶ ବରାଳ, ଧରଣୀ ବ୍ରହ୍ମ, ଅରୁଣ ବରାଳ, ଯୁଧିଷ୍ଠିର ବରାଳ, ଆକାଶ ରାଜ, ରାଜପ୍ରକାଶ ରାଜ, କୈଳାସ ରାଜ, ବଂଶୀଧର ବରାଳ, ସୁଦର୍ଶନ ବରାଳ, ବିପିନ ବରାଳ, ମାନସ ବରାଳ, ପ୍ରଫୁଲ୍ଲ ବରାଳ, ସର୍ବେଶ୍ୱର ବ୍ରହ୍ମ, ପ୍ରସନ୍ନ ବ୍ରହ୍ମ, ରମେଶ ବ୍ରହ୍ମ, ସୂର୍ଯ୍ୟକାନ୍ତ ବ୍ରହ୍ମ ପ୍ରମୁଖ ଚାଷୀଙ୍କ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ଲଗାଣବର୍ଷା ଯୋଗୁ ଜିଲାରେ ୭୫୦ ହେକ୍ଟର ଧାନଚାଷ ଜମି ଜଳମଗ୍ନ ହୋଇଛି। ଏଥିରୁ କେବଳ ସଦର ବ୍ଲକର ୧୧୦ ହେକ୍ଟର ଜମି ରହିଛି। ମଣ୍ଡାପାଳ ଗ୍ରାମରେ ୨୫ ହେକ୍ଟରରୁ ଊର୍ଦ୍ଧ୍ୱ ଜମିର ଫସଲ ପାଣିରେ ବୁଡ଼ିରହିଛି। ଚାଷ ଜମି ନିକଟରେ କେନାଲ ବ୍ୟବସ୍ଥା ଠିକ ନ ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି। କ୍ଷେତ୍ର ପରିଦର୍ଶନ କରିବା ପରେ ଏ ନେଇ ସରକାର ଏବଂ କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସେହିପରି ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷାପାଣି ପ୍ରବାହିତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ଉପରେ। ସଦର ବ୍ଲକ ଖମାର ନିକଟରେ ନିର୍ମାଣାଧୀନ କଲଭର୍ଟ ପାଇଁ ହୋଇଥିବା ଡାଇଭର୍ସନ ରାସ୍ତା ଶୁକ୍ରବାର ସକାଳେ ଧୋଇଯାଇଛି। ଫଳରେ ଜିଲା ସଦର ମହକୁମାରୁ ୨୦ କିମି ଦୂର ବଣସିଂହ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କଲଭର୍ଟ ନିର୍ମାଣ କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ଲାଗି ଅସ୍ଥାୟୀ ଭାବେ ଏହି ଡାଇଭର୍ସନ ରୋଡ ତିଆରି ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ରାସ୍ତା ନିକଟରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଜଳଭଣ୍ଡାରରୁ ପାଣି ଉଛୁଳି ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଫଳରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଏହାପରେ ଯାନବାହନ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା କମିଲେ ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ପଣାଖୁଣ୍ଟିରେ ବଳିଦେବା ଘଟଣା: ଖବରଦାତା ସମ୍ମିଳନୀରେ ଏସ୍‌ପି ଦେଲେ ଚାଞ୍ଚଲ୍ୟକର ବୟାନ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଗାଁରେ ନୂଆବର୍ଷରେ ବହୁଚର୍ଚ୍ଚିତ ବୀଭତ୍ସ ହତ୍ୟାକାଣ୍ଡର ପରଜଙ୍ଗ ପୋଲିସ ପର୍ଦ୍ଦାଫାଶ କରିଛି । ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡକୁ...

ଜମିବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ, ୨ ଗୁରୁତର

ପରଜଙ୍ଗ୪।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁରେ ଜମି ବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରାଯାଇଥିବା...

ଗାଁ ଦାଣ୍ଡରେ ଗଡ଼ୁଥିଲା ମୃତଦେହର ଖଣ୍ଡଖଣ୍ଡ ଅଂଶ: ସିନ୍‌ରିକ୍ରିଏଶନ କଲା ପୋଲିସ

ପରଜଙ୍ଗ,୪।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁର ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ସରୋଜ ବିଶ୍ୱାଳ ଓରଫ ମକୁଙ୍କୁ ଗିରଫ କରି ପୋଲିସ...

ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ

ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି...

ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମା’-ପୁଅ, ଆଉ ତା’ ପରେ…

ଢେଙ୍କାନାଳ,୨୭ା୧୨(ରତନ ନାୟାର): ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଦାଣ୍ଡିମାଳ ଷ୍ଟେଶନ ନିକଟରେ ଶୁକ୍ରବାର ଚଳନ୍ତା ଟ୍ରେନରୁ ଖସିପଡ଼ି ମା-ପୁଅ ଗୁରୁତର ଭାବେ ଉଦ୍ଧାର ହୋଇ ଜିଲା ମୁଖ୍ୟ...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

ପଛପଟୁ ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ

ଢେଙ୍କାନାଳ,୧୦।୧୨: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image