ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତର ଭଦୁଆ ଗ୍ରାମରେ ଗୁରୁବାର ରାତିରେ ରବିନାରାୟଣ ବାରିକ(୩୩)ଙ୍କ ଘର କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ଘରେ ସ୍ତ୍ରୀ ସୁମିତ୍ରା (୨୮) ଓ ଝିଅ ଶୁଭଲକ୍ଷ୍ମୀ (୪)ଙ୍କ ସହିତ ଶୋଇଥିବା ବେଳେ କାନ୍ଥ ପଡ଼ିଯାଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ରବିନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମା’ ସୁମିତ୍ରା ଓ ଝିଅ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଗ୍ରାମବାସୀ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଜଳେଶ୍ୱର ବ୍ଲକର ନାମ୍ପୋ, ଖାଲିନା, ସିମିଳିଆ, ସୁଗୋ, ବାଣିଦା, ନେତୁଆ, ପଶ୍ଚିମବାର୍ଡ଼, କାଳିକାପୁର, ବାଇଗଣବାଡ଼ିଆ, ଦେବକୁମାର, ଆରୁହା, ସରସିଦା, ରାୟାରାମଚନ୍ଦ୍ରପୁର, ମାଳଗଡ଼ିଆ, ଶିଖରପୁର, ଗୁରୁଦାସପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର, ବେହେରାସାହି, ଖୁଦିଆମାଝିସାହି, ଓଲମରା, ମାକିଡ଼ିଆ, ହାତିଗଡ, କୁଆଡ଼ ଆଦି ଗ୍ରାମରେ ନାହିଁ ନ ଥିବା ଦୁର୍ଦ୍ଦଶାରେ ରହିଛନ୍ତି। ଜଳେଶ୍ୱର ମ୍ୟୁନିସିପାଲିଟିର ବହୁ ୱାର୍ଡ଼ରେ ରାସ୍ତା ବୁଡ଼ି ଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କର ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ପୌରାଞ୍ଚଳର ରାଜପୁର, ଶେକବାଡ଼, ପଥରପୁରା, ଶାସନବାଡ଼, ପଞ୍ଚୁଘଣ୍ଟା, ଶାନ୍ତିଆ, ଦେଉଳି ପଞ୍ଚୁଘଣ୍ଟା, ନନ୍ଦିକା, ଅଲାଲପୁର, ନହଞ୍ଜରା ପ୍ରଭୃତି ଗ୍ରାମରେ ରାସ୍ତାଘାଟ ବୁଡ଼ି ଯିବା ସହ ଲୋକମାନେ ପାଣି ଘେରରେ ରହିଥିବା ଦେଖାଯାଇଛି। ପାଣି ଘେରରେ ଥିବା ଲୋକମାନେ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁ ନିଯୁକ୍ତି: ସଂସଦରେ ଦାବି କଲେ ପ୍ରଦୀପ ପୁରୋହିତ

ବରଗଡ,୨୫।୩(ପ୍ରେମାନନ୍ଦ ଖମାରୀ): ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଆଜି ସଂସଦରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଏହି ଦାବି କରିଛନ୍ତି। ବରଗଡ଼ ଜିଲାରେ...

ଦେଶୀ-ବିଦେଶୀ ମଦ ଜବତ: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଉପଅଧିକ୍ଷକ ସ୍କୃତିକାନ୍ତ ରାଉତଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନଫୋର୍ସମେଣ୍ଟ ବ୍ୟୁରୋ ଏଏସଆଇ କେ.ଚନ୍ଦ୍ର...

ହସ୍ପିଟାଲରୁ ଚମ୍ପଟ ମାରିଲେ କଏଦୀ

ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ: ସ୍ବାମୀଙ୍କ ସହିତ ପିଇଓଙ୍କୁ ଧରିଲା ଭିଜିଲାନ୍ସ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜ୍ଞାନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)...

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼,୨୫।୩(ଶରତ କୁମାର ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ପଞ୍ଚାୟତ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ...

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ପାଟଣା,୨୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ହାତୀବାରୀ ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ...

ମା’ ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ମା’ଙ୍କ ଶରଣ ପଶିଲେ ଭକ୍ତ

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ପ୍ରସିିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଏଥିଲାଗି ଛତ୍ରପୁର ସହରଓ ଆଖ /ପାଖ...

ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା: କିଛି ସନ୍ଦିଗ୍ଧ ଅଟକ

ବଲାଙ୍ଗୀର,୨୫।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଡୁମେରଝରନ ଗାଁର ଜଣେ ଯୁବକଙ୍କ ମୃତଦେହ ନିକଟସ୍ଥ ଏକ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image