Categories: କନ୍ଧମାଳ

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା,୭।୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବାଲିଗୁଡ଼ା ଅଞ୍ଚଳ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାରଠାରୁ ବାଲିଗୁଡ଼ା ବ୍ଲକ ବାଟାଗୁଡା ୫୯ ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ପ୍ରବଳ ପାଣି ଚାଲିଛି। ଫଳରେ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହୋଇଛି। ସେପଟେ ଲଗାଣ ବର୍ଷାରେ ପୁଣି ଧୋଇଯାଇଛି ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ୫୯ନଂ ଜାତୀୟ ରାଜପଥର ମଣ୍ଡଳପଦର ନିକଟ ଅସ୍ଥାୟୀ ଡାଇଭର୍ସନ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ିମୋଟର। କଳାହାଣ୍ଡି- କନ୍ଧମାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।