ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା କମ୍ପାନୀ ଦ୍ବାରା ନିର୍ମାଣ ହୋଇଥିବା ବେଳେ ବର୍ଷା ଯୋଗୁ ଉକ୍ତ ପୋଲର ଦୁଇ ପାର୍ଶ୍ୱ ରାସ୍ତା ଧୋଇ ହୋଇଯାଇଛି। ଫଳରେ ପକାରି, ରାଣିପଙ୍ଗା, ମାର୍ଲାଙ୍ଗା, ସୁବର୍ଣ୍ଣଗିରି ପଞ୍ଚାୟବାସୀଙ୍କ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି। କୋଟଗଡ଼ ବ୍ଲକ ସଦରମହକୁମାକୁ ନିଜର ଦୈନନ୍ଦିନ କାମ ପାଇଁ ବିଶେଷକରି ଏହି ପଞ୍ଚାୟତବାସୀ କୋଟଗଡ଼ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ମାତ୍ର ଯାତାୟାତ ସୁବିଧା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share