ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ ଅଧୀନ ୧୩୪ ଗ୍ରାମ ପ୍ରଭାବିତ ହୋଇଛି। ନବରଙ୍ଗପୁର ବ୍ଲକରେ ୧୬୭ ମିମି, ନନ୍ଦାହାଣ୍ଡିରେ ୧୪୯ମିମି, ତେନ୍ତୁଳିଖୁଣ୍ଟିରେ ୧୬୪ମିମି, ପାପଡ଼ାହାଣ୍ଡିରେ ୧୯୫ମିମି, କୋଷାଗୁମୁଡ଼ାରେ ୧୭୧ମିମି, ଡାବୁଗାଁ ୨୧୩.୩ ମିମି, ଉମରକୋଟ ୧୨୬ମିମି, ରାଇଘର ୮୭ମିମି, ଝରିଗାଁ ୧୨୮.୪ମିମି, ଚନ୍ଦାହାଣ୍ଡିରେ ୯୩ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରାରମ୍ଭିକ ଆକଳନରୁ ଜିଲାରେ ୩୯୦ କଚାଘର ଆଂଶିକ ଭାଙ୍ଗିଥିବା ଆକଳନ କରାଯାଇଛି। ସେହିପରି ଲୋକଙ୍କୁ ୩୯୦ଟି ଜରି ବଣ୍ଟା ଯାଇଛି।