ଲଗାଣ ବର୍ଷା: ଧୋଇଗଲା ପୋଲର ଦୁଇ ପାର୍ଶ୍ୱ

କୋଟଗଡ଼, ୧୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ପକାରିଓ ରାଣିପଙ୍ଗା ପଞ୍ଚାୟତରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନୂତନ ଭାବେ ଏକ ପୋଲ ନିର୍ମାଣ ହୋଇଥିଲା। ଗତ ଲଗାଣ ବର୍ଷାରେ ପୋଲର ଦୁଇ ପାର୍ଶ୍ୱ ଧୋଇଯାଇଛି। ଫଳରେ ଦୁଇ ପଞ୍ଚାୟତ ମଧ୍ୟରେ ଯାତାୟାତ ଠପ୍‌ ହୋଇଯାଇଛି। ଚାଷ ଜମିଗୁଡିକ ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। କୋଟଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ରାସ୍ତାଘାଟ ଧୋଇହୋଇ ରାସ୍ତା ଦବି ଯାଇଥିବାରୁ ନିଜର ଦୈନଦିନ କାମ ପାଇଁ ତଥା ଡାକ୍ତରଖାନାକୁ ଯିବା ସମ୍ଭବ ହେଉ ନାହିଁ। କେତେକ ଘରେ ପାଣି ପଶି ଘର ଭାଙ୍ଗି ଯାଇଛି। ପ୍ରବଳ ବର୍ଷା ଯୋଗୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଫଳରେ ଗରିବ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କଚା ଘରେ ବସବାସ କରୁଥିବା ଲୋକେ ରାତିସାରା ଅନିଦ୍ରା ସହ ଭୋକ ଉପାସରେ ରହୁଥିବା ରାଣିପଙ୍ଗା ପଞ୍ଚାୟତ ସରପଞ୍ଚ ଜହନ ପ୍ରଧାନ ପ୍ରକାଶ କରିଛନ୍ତି।

Share