Categories: ଜାତୀୟ

ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ

ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ ତଳେ ପଡ଼ିଯାଇଥିବାରୁ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଜୁନାଗଡ଼ର ମାଲାଙ୍କା ଗାଁରେ ଘଟିଛି। ସହରରେ ଲଗାଣ ବର୍ଷା ଯୋଗୁ ୪୦ବର୍ଷର ପୁରୁଣା ପୋଲଟି ଭାଙ୍ଗିଯିବାରୁ ୫୦୦ମିଟର ପର୍ଯ୍ୟନ୍ତ ରାସ୍ତା ଫାଟି ଯାଇଛି। ଏହି ରାସ୍ତା ଦେଇ ବହୁ ଗାଡି ମଟର ଚଳାଚଳ କରୁଥିବା ବେଳେ ହଠାତ୍‌ ପୋଲଟି ଭାଙ୍ଗିଯାଇଥିଲା। ପୋଲଟି ଭାଙ୍ଗିଯିବାରୁ ବହୁ କାର ଖାଲ ତଳକୁ ଖସିପଡ଼ିଥିଲା। ଏହାକୁ ଦେଖି ପାଖ ଚାଷ ଜମିରେ କାମ କରୁଥିବା ସ୍ଥାନୀୟ ଲୋକେ ଓ ପୋଲିସ ମିଳିତ ଭାବେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Share