ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ: ୩ ପିଲା ଗୁରୁତର

କୋରୁକୋଣ୍ଡା, ୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସଦର ବାଲିସାଗରସାହିର ମନୋଜ ନାୟକଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କର ୩ ପିଲା ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ମନୋଜ ନିଜ ପରିବାର ସହ ବାଲିମେଳା ସାହିରେ ରୁହନ୍ତି। ତେବେ ଗତ କିଛି ଦିନ ହେବ ଜିଲାରେ ଲଗାଣ ବର୍ଷା ଲାଗି ରହିଛି। ସୋମବାର ବିଳମ୍ବିତ ରାତିରେ ପରିବାର ସହ ମନୋଜ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ୩ ପିଲାଙ୍କ ଉପରେ ପଡିଥିଲା। ସାହି ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ୩ ପିଲାଙ୍କ ସ୍ବାସ୍ଥାବସ୍ଥା ଭଲଥିବା ଜଣାପଡିଛି।