ଲଗାଣ ବର୍ଷା ଯୋଗୁ ମୁନିଗୁଡ଼ା ବ୍ଲକର ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା,୧୩।୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର କୁଟୁଣିପଦର ଗ୍ରାମ ନାଳରେ ବର୍ଷାଜଳ ପ୍ରବାହିତ ଯୋଗୁ ୩ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଁକୁ ସଂଯୋଗ କରୁଥିବା ବ୍ରିଜ ଗତ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ ତାହା ଏଯାବତ୍‌ ମରାମତି ହୋଇପାରିନାହିଁ। ନାଳରେ ପାଣି ବଢିବାରୁ ଗିରିଲିଗୁଡା, ଲୋହରାପଦର ଓ କୁଟୁଣୀପଦର ୩ଟି ଗ୍ରାମକୁ ଯାତାୟାତ ଠପ୍‌ ହୋଇଯାଇଛି। ଜଳସ୍ତର କମିଲେ କେନାଲ ମରାମତି କରାଯିବ ବୋଲି ମୁନିଗୁଡା ବିଡିଓ ଦିଲ୍ଲୀପ କୁମାର ବେହେରା କହିଛନ୍ତି।