Advertisement

ଲଗାତର ମୁଣ୍ଡବିନ୍ଧୁଛି କି? ହୋଇପାରେ ବିପଜ୍ଜନକ

ମାଇଗ୍ରେନ୍‌ ସାମାନ୍ୟ ଭାବରେ ହେଉଥିବା ଏକ ପ୍ରକାର ମୁଣ୍ଡବିନ୍ଧା। ମାଇଗ୍ରେନ୍‌ ଗ୍ରସ୍ତ ଲୋକଙ୍କର ନିୟମିତ ମୁଣ୍ଡ ବିନ୍ଧିଥାଏ। ଅଧିକାଂଶ ସମୟରେ ଏହି ଯନ୍ତ୍ରଣା କାନ ଏବଂ ଆଖି ପଛ ପାଖରେ ହୋଇଥାଏ। ତେବେ ଏହାକୁ ଅଣଦେଖା ନ କରି ପ୍ରାରମ୍ଭିକ ପର୍ଯ୍ୟାୟରୁ ଡାକ୍ତରୀ ପରାମର୍ଶ କରାଇନେବା ଉଚିତ୍‌ ରହିବ। ନଚେତ୍‌ ଏହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ମାଇଗ୍ରେନ୍‌ ଯୋଗୁ ଆଖି ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଦୃଷ୍ଟିଶକ୍ତି ଚାଲିଯିବାର ଭୟ ଉପତ୍ନ୍ନ ହୋଇଥାଏ। ମାଇଗ୍ରେନ୍‌ରେ ବର୍ତ୍ତମାନ ୨୦ ପ୍ରତିଶତ ମହିଳା ଶିକାର ହୋଇଛନ୍ତି। ଏହା ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଇଥାଏ। ପ୍ରାରମ୍ଭିକ ସୋପାନରୁ ମାଇଗ୍ରେନ୍‌ ପ୍ରତି ଦୃଷ୍ଟି ଦେଇ ଏହାର ଉପଚାର କରାଇନେଲେ ବ୍ୟକ୍ତି ପାଇଁ ଉତ୍ତମ। ବିଳମ୍ବ ହେଲେ ବିଭିନ୍ନ ପ୍ରକାର ପ୍ରାଣଘାତକ ରୋଗ ସୃଷ୍ଟି କରିଥାଏ। ମାଇଗ୍ରେନ୍‌ ଯେକୌଣସି ବୟସରେ ହୋଇପାରେ। ଆକ୍ୟୁପ୍ରେସର୍‌, ଯୋଗ ଏବଂ ନିୟମିତ ବ୍ୟାୟାମ୍‌ ଦ୍ୱାରା ମାଇଗ୍ରେନ୍‌ରୁ ରକ୍ଷା ପାଇହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel