Categories: ଖେଳ

ପୁଣି ଶତକ କଲେ ମୟଙ୍କ

ପୁଣେ, ୧୦।୧୦: ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସର ୫୬ତମ ଓଭରରେ ବର୍ନନ ଫିଲାଣ୍ଡରଙ୍କ ବଲକୁ ଚୌକା ଲଗାଇ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଭାଇଜାଗଠାରେ କ୍ୟାରିୟରର ପ୍ରଥମ ଓ ସର୍ବାଧିକ ୨୧୫ ରନ୍‌ କରିଥିଲେ। ଏଥିସହିତ ମୟଙ୍କ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି। ସେହ୍ବାଗ ୨୦୦୯-୧୦ ସିଜନରେ ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରମାଗତ ଟେଷ୍ଟରେ ଶତକ ଲଗାଇଥିଲେ।

Share