Categories: ବାଣିଜ୍ୟ

ଲଗାତର ୩ ମାସ ଲାଗି କମିଲା ଶକ୍ତି ଚାହିଦା

ନୂଆଦିଲ୍ଲୀ,୧୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଜଟିଳ ହେଉଥିବା ଜଣାପଡିଛି। ଲଗାତର ଭାବେ ୩ ମାସ ଲାଗି ଦେଶର ଶକ୍ତି ଚାହିଦା ହ୍ରାସ ଘଟିିଛି। ଶକ୍ତି ବିତରଣ କରୁଥିବା କମ୍ପାନୀଙ୍କଠାରୁ କ୍ରୟ ଚାହିଦା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୧୩.୨%କୁ ହ୍ରାସ ଘଟିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଦେଇଥିବା ସୂଚନାରୁ ଏହା ସାମ୍ନାକୁ ଆସିଛି। ଗତ ୨ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଚଳିତ ବର୍ଷ ଅଗଷ୍ଟରେ ଶକ୍ତି ଚାହିଦା ହ୍ରାସ ଘଟିଛି। କେବଳ ଏହି କ୍ଷେତ୍ର ନୁହେଁ ଅଟୋମୋବାଇଲ ,ରିୟଲ ଇଷ୍ଟେଟ ଏବଂ ଖାଉଟି ସାମଗ୍ରୀ ଭଳି ଅନ୍ୟ କ୍ଷେତ୍ରରେ ଏବେ ମାନ୍ଦାବସ୍ଥା ଦେଖାଯାଇଛି। ଦେଶର ଅଟୋମୋବାଇଲ ହବ୍‌ କୁହାଯାଉଥିବା ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ସମେତ ବୟନ ଓ ରସାୟନ ଶିଳ୍ପର ପ୍ରମୁଖ ମାନୁଫାକଚରିଂ କେନ୍ଦ୍ର ଭାବେ ପରିଗଣିତ ଗୁଜରାଟରେ ଶକ୍ତି ଚାହିଦା କମ୍‌ ହୋଇଛି। ଶିଳ୍ପ କ୍ଷେତ୍ରର କାର୍ଯ୍ୟକଳାପ କମିବାରୁ ଏଭଳି ସ୍ଥିତି ଉପୁଜିଥିବା ଡେଲଏଟ ଟଚ୍‌ ତୋମାସ୍ତୁର ପାର୍ଟନର ଦେବାଶିଷ ମିଶ୍ର କହିଛନ୍ତି। ସେହିଭଳି ମୌସୁମୀ ଯୋଗୁ ଜଳସେଚନ କ୍ଷେତ୍ରର ଶକ୍ତି ଚାହିଦା କମିଛି। ନିକଟରେ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଭାରତର କ୍ରେଡିଟ ରେଟିଂ ଆଉଟଲୁକକୁ ନେଗେଟିଭ ଦଶର୍ର୍ାଇଛି। ଅର୍ଥନୈତିକ ମାନ୍ଦାବସ୍ଥା, ସରକାରଙ୍କ ଋଣ ବୃଦ୍ଧି, ଋଣ ଯୋଗାଣରେ ମାନ୍ଦାବସ୍ଥା ଯୋଗୁ ମୁଡିସ୍‌ ଏଭଳି ରେଟିଂ ପ୍ରଦାନ କରିଛି।

Share