ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ

ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏଥର ଇଣ୍ଡିଆନାର ଗେରି ଷ୍ଟ୍ରିଟରେ ଏକ ପାର୍ଟିରେ ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକେ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ହଲିଡେ ପାର୍ଟି ଚାଲିଥିବା ସମୟରେ ଫାୟାରିଂ ହୋଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗେରିରେ ୧୩ ଜୁନରେ ଏକ ଗୁଳିକାଣ୍ଡ ହୋଇଥିଲା, ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଆମେରିକାରେ ୨୪ ଘଣ୍ଟାରେ ଏହା ତୃତୀୟ ଗୁଳିକାଣ୍ଡ । ଇଣ୍ଡିଆନା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପେନସିଲଭାନିଆ ଗୁଳିକାଣ୍ଡରେ କାହାର ମୃତ୍ୟୁ ହୋଇ ନ ଥିଲା । ହେଲେ ଏହା ପୂର୍ବରୁ ସିକାଗୋରେ ହୋଇଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Share