Categories: ଖେଳ

ଲଗାତାର ୩ଟି ଛକା ମାରିଲେ ବିବାହ କରିବି, ଏହି କ୍ରିକେଟଙ୍କ ଆଗରେ ସର୍ତ୍ତ ରଖିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ୍‌

ବଲିଉଡ୍‌ ଅଭିନେତ୍ରୀ ଶର୍ମିଳା ଟାଗୋର  ମହାନ କ୍ରିକେଟର୍‌ ନବାବ ମନସୁର ଅଲ୍ଲୀ ଖାନ ପଟୌଦିଙ୍କୁ ବିବାହ କରିଥିଲେ। ମନସୁରଙ୍କ ସହ ଶର୍ମିଳାଙ୍କ ସାକ୍ଷାତ ପ୍ରଥମେ କୋଲକତାରେ ହୋଇଥିଲା। ସେ ସମୟରେ ମନସୁର ଭାରତୀୟ କ୍ରିକେଟ ଜଗତର ଜଣେ ଟପ୍‌ ଖେଳାଳି ଥିଲେ। ପ୍ରଥମ ଦେଖାରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ପଟୌଦି ଶର୍ମିଳାଙ୍କୁ ଇମ୍ପ୍ରେସ କରିବାକୁ ଗିଫ୍ଟରେ ତାଙ୍କୁ ଫ୍ରିଜ ଦେଇଥିଲେ। କାରଣ ସେତେବେଳେ ସବୁଠୁ ଦାମିକିଆ ଜିନିଷ ମଧ୍ୟରେ ଫ୍ରିଜ ଥିଲା ଅନ୍ୟତମ। ତେବେ ଶର୍ମିଳା ଏତେ ଜଲଦି ହଁ କହି ନ ଥିଲେ। ସେ କହିଥିଲେ ଯଦି ପଟୌଦି ଲଗାତାର ତିନୋଟି ଛକା ମାରି ଭାରତକୁ ଜିତେଇବେ। ତେବେ ବିବାହ କରିବାକୁ ହଁ କହିବେ। ପ୍ରେମରେ ପାଗଳ ହୋଇ ଥିବା ପଟୌଦି ନିଜ ପ୍ରେମ ପାଇଁ ତିନୋଟି ଛକା ମାରି ଶର୍ମିଳାଙ୍କ ହୃଦୟ ଜିତିଥିଲେ। ପରେ ଦୁହେଁ ବିବାହ କରିଥିଲେ।

Share