Categories: ଜାତୀୟ

ଲଗାତାର ୪ର୍ଥ ଥର କମିଲା ରେପୋ ରେଟ୍‌

ମୁମ୍ବାଇ,୭।୮: ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ କମାଇଛି। ଏକ ବୈଠକରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌ କମାଇବା ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଅନ୍ୟ ବ୍ୟାଙ୍କ ଗୁଡ଼ିକର ସୁଧହାର କମିବ ବୋଲି କୁହାଯାଉଛି। ପୂର୍ବରୁ ଗତ ବୈଠକରେ ରେପୋରେଟ୍‌ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଗଭର୍ନର ଭାବେ ଶକ୍ତିକାନ୍ତ ଦାସଙ୍କ ଦାୟିତ୍ୱ ଗ୍ରହଣ ପରେ ଇତିମଧ୍ୟରେ ୪ଥର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି।

Share