‘ଲଗାନ୍‌’ ଶୁଟିଂ ସେଟ୍‌ରେ କିରଣଙ୍କୁ ଭେଟିଥିଲେ ଆମିର

ବମ୍ବେ: ସୁପରହିଟ୍‌ ବଲିଉଡ୍‌ ଫିଲ୍ମ ‘ଲଗାନ୍‌’ରୁ ନିର୍ଦ୍ଦେଶନା ଦେଇଥିଲେ ଆମିର ଖାଁଙ୍କ ସ୍ତ୍ରୀ କିରଣ ରାଓ। ସହ ନିର୍ଦ୍ଦେଶିକା ଭାବେ ଏଥିରେ କାମ କରିଥିଲେ ସୁଦ୍ଧା ଏହା ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା। କାରଣ ପ୍ରଥମ ଥର ଲାଗି ଏହି ଶୁଟିଂ ସେଟ୍‌ରେ ଆମିରଙ୍କୁ ଭେଟିଥିଲେ କିରଣ। ଏହା ଖୁବ୍‌ ସାଧାରଣ ଥିଲେ ମଧ୍ୟ ପରେ ଉଭୟ ନିକଟତର ହୋଇଥିଲେ। ଫିଲ୍ମ ଶୁଟିଂର କିଛି ସମୟ ପୂର୍ବରୁ ଆମିର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ଏହି ସମୟରେ ଦିନେ ଆମିରଙ୍କୁ କିରଣ ଫୋନ କରିଥିଲେ। ପ୍ରଥମ ଥର କଥା ହେବା ପରେ ଉଭୟ ଉଭୟଙ୍କୁ ଡେଟ୍‌ କରିବା ବିଷୟରେ ଭାବିଥିଲେ। ଶେଷରେ ୨୦୦୫ରେ କିରଣ ଆମିରଙ୍କୁ ବିବାହ କରିଥିଲେ। ଆଜି ଉଭୟ ବଲିଉଡର ଲୋକପ୍ରିୟ ଯୋଡ଼ି ବୋଲି କୁହାଯାଉଛି। ଉଭୟଙ୍କ ଏକ ପୁଅ ଆଜାତ ରାଓ ରହିଛି। ଆଜି କିରଣ ୪୫ ବର୍ଷର ହୋଇଛନ୍ତି। ଏହି ଅବସରରେ ସ୍ବାମୀ ଆମିର, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କ ପାଖରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share