ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା; ରାଜଧାନୀରେ ବି ବଦଳିଲା ପାଗ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ମାଲକାନଗିରି, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲାରେ ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ମାଲକାନଗିରି, ଗଜପତି ଜିଲାରେ ପ୍ରବଳ ବର୍ଷା ହେଉଥିବାରୁ ଚାଷୀକୂଳ ଚିନ୍ତାରେ ରହିଛନ୍ତି। ସ୍ଥିତିକୁ ନେଇ ଜିଲାପାଳ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଗ ବଦଳିବା ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ହେଉଛି।

ପ୍ରକାଶଯୋଗ୍ୟ, ଲଘୁଚାପ ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଆଗକୁ ଦୀପାବଳି ଆସୁଥିବାରୁ ବର୍ଷା ଏହାକୁ ଫିକା କରିପାରେ ବୋଲି ଅନୁମାନ କରାଯାଉଛି।

Share