ଲଘୁଚାପ୍‌ ବରଷା ଦୂର କଲା ମର୍‌ଡି ଆଶଁକା:ଜୋର୍‌ଦାର ଚାଲିଛେ ରୁଆ ବିହିଡା

ବିଜେପୁର, ୧୭।୮ (ଡି.ଏନ୍‌.ଏ.):
ଶରାବନ୍‌ ଯାଇ ଭୁଦୋ ଲାଗ୍‌ଲା। ଚଲତି ବଛର ବରଷା ପାଏନ୍‌ ଅଭାବୁ ବହୁତ ଜାଗାରେ ଚାଷ୍‌ବାସ ପଛେଇ ଯାଇଥିଲା। ହେଲେ ଶରାବନ୍‌ ଯାତେ ଯାତେ ରାଏଜ୍‌ ସାରା ବନେକରି ବରଷା ପାଏନ୍‌ ରୁକି ଦେଇ ଗଲା। ଇ ଲଘୁଚାପ୍‌ ବରଷାଟା ଚାଷୀକର ମୁହେଁ ମୁଲ୍‌କି ହଁସା ଫୁଟେଇଛେ। ଏହେଦେ ବରଗଡ଼ ଜିଲା ବିଜେପୁର ବ୍ଲକ ଅଂଚଲରେ ଯେନ୍‌ଆଡ଼େ ଦେଖ୍‌ଲେ ଝକାଝୋକ୍‌ ରୁଆ ବିହିଡାରେ ଚାଷୀ ମାତିଛନ୍‌। ଅଂଚଲର ଚାଷୀଭାଇ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରିଥିଲେ। ହେଲେ ଚଲତି ବଛର୍‌ ଜୁଲାଇ ମାସେ ୩୯୭ ମିମି ସୁଆଭାବିକ ବରଷା ଜାଗାଥି ୩୧୮ ମିମି ବରଷା ହେଇଥିଲା। ଯେନଥିର୍‌ ଲାଗି ରୁଆ ବିହିଡା କାମ୍‌ ଠିକ୍‌ ହିସାବେ ବତର୍‌ ନାଇଁ ଧରୁଥାଇ। ଗଲା ସୋମବାରରୁ ବୁଧୁବାର୍‌ ତକ୍‌ ଲଗେତ ଲଘୁଚାପ ବରଷା ଚାଷୀର ମୁହେଁ ହଁସ୍‌ ଫୁଟେଇଛେ। ତିନ୍‌ ଦିନ୍‌ ଭିତରେ ୨୧୬ ମିମି ବରଷା ହେଇଛେ। ଅଗଷ୍ଟ ୧୫ ତକ୍‌ ୨୮୪ ମିମି ବରଷା ହେଇଥିବା ସରକାରୀ ଭାବେ ଜନାପଡିଛେ। ହେଲେ ଏହେଦେ ରୁଆ କାମ୍‌ଥି ଭୁତି ଭୁତିଏର ଚିନ୍‌ତା ଚାଷୀମାନକୁ ଆଡକାଠେ ପକେଇଛେ। ଭୁତିଏରମାନେ ଭୁତି କରବାର ଜାଗାରେ ପଲ୍‌ହା ରୁଇବାର ଲାଗି ଏକର ପିଛା ମୁଲେଇ କରି କାମ୍‌ କରବାକେ ଜହ ମନ୍‌ କରୁଛନ୍‌। ଏମ. ଗଣ୍ଡାପାଲିର ଚାଷୀ ଲକ୍ଷ୍ମୀକାନ୍ତ ବିଶ୍ୱାଳ କହିଛନ୍‌ ଯେ, ଭୁତିଏର୍‌ ଅଭାବ ଲାଗି ଚଲତି ବଛର୍‌ କୁଲ ୪ ଏକର୍‌ ବାହାଲ ଜମି ରୁଆ ରଖିଛେଁ। ବରଷା ପାଏନ୍‌ ଅଭାବୁ ରୁଆ କାମ୍‌ ଅଟକି ରହିଥିଲା। ହେଲେ ଇ ଲଗେତ୍‌ ବରଷାଟା ପଲହା ରୁଆକେ ବତର୍‌ ଧରିଛେ। ସେନ୍‌ତା ବେନିଅଁାଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍‌ ଯେ, ଲଘୁଚାପ୍‌ ବରଷା ଲାଗି ରୁଆ ବିହିଡା କାମ ଝକାଝୋକ୍‌ ଚାଲିଛେ। ହେଲେ ଭୁତିଏର୍‌ ସମସିଆ ଲାଗି ଘଁାଟିସାନି ହେଇଯିବାକେ ପଡୁଛେ। ଏକର୍‌ ପିଛା ୩ ହଜାର ଟଁକା ହିସାବେ ଭୁତିଏରମାନେ ଠିକା ନେଇ ରୁଆ କାମ୍‌ କରୁଛନ୍‌। ସୂଚନା ଅନ୍‌ସାରେ ଚଲତି ମାସର ୧୩ ତାରିଖ୍‌ରେ ବିଜେପୁର ଅଂଚଲରେ ସବୁଠାନୁ ଜହ ବରଷା ହେଇଥିବାର୍‌ ବିଭାଗ ତରଫୁ ଜନାପଡ଼ିଛେ। ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲକୁଁ ପଚରାଲାରୁ ବରଷା ପାଏନ୍‌ ଉତାରୁ ଏହେଦେ ଚାଷୀ ରୁଆ ବିହିଡାଥି ମାତିଛନ୍‌। ଆମର ବ୍ଲକରେ ୧୯, ୬୫୧ ହେକ୍ଟର ଧାନ ଚାଷ ହେଇଛେ। ଚାଷର ବତର୍‌ ଦେଖି ସାର୍‌, ଉଷୋକଷା ଦେବାକେ ଚାଷୀକୁଁ ପରାମଶ୍‌ ଦେବାକେ ଭିଏଡବ୍ଲୁମାନକୁ ନିରଦେଶ ଦିଆଯାଇଛେ। ଚାଷୀ ସୋସାଇଟିରୁ ସାର, ଉଷୋକଷା କେନ୍‌ଥେଇ ସୁବିଧାରେ ପାଏବେ ସେ ଦିଗେ ବେବସ୍‌ତା କରାଯାଉଛେ ବଲି ସେ କହିଥିଲେ।