ଲଘୁଚାପ ଗଭୀର ଅବପାତରେ ପରିଣତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ୟଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ବାଂଲାଦେଶ ଆଡ଼େ ମୁହାଁଇବ ବୋଲି କୁହାଯାଉଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହା ବର୍ତ୍ତମାନ ପାରାଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଏହା ଗତି କରୁଛି। ଓଡ଼ିଶା ଉପରେ ବାତ୍ୟାର ବିଶେଷ ପ୍ରଭାବ ରହିବ ନାହିଁ। ୯ ଏବଂ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାବେଳେ ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି। ବିଶେଷ କରି ଉତ୍ତର ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share