ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ

ଗୋପାଳପୁର,୪ା୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗୋପାଳପୁର ବନ୍ଦରରେ ଲୋ ମାର୍କ ଥିବାବେଳେ ବୁଧବାର ଏହା ୱେଲମାର୍କରେ ପରିବର୍ତ୍ତନ ହେବାକୁ ଯାଉଛି। ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ପର୍ଯ୍ୟଟକମାନେ ଗାଧୋଇବାର ମଜା ଉଠାଇ ପାରୁନାହାନ୍ତି। ମଙ୍ଗଳବାର ଗଞ୍ଜାମ ଜିଲାରେ ୧୫ ରୁ ୧୬ ମିମି ବର୍ଷା ହୋଇଛି। ବଡ଼ ବଡ଼ ଜୁଆର ଆସି କୂଳ ଲଙ୍ଘୁଥିବା ଡପଲର ଇନ୍‌ଚାର୍ଜ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି।

Share