ଲାଠୋର, ୧୫ା୮ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୋଠୋର ପଁଚେତ୍ ସଦର ଗଁାର କର୍ତ୍ତିଆପଡ଼ାର ମଧୁ ବାଗକଁର ଘର ଲଘୁଚାପ ବରଷାରେ ଭାଂଗି ଯାଇଛେ। ଆଗ୍କେ ବରଷା ହେଲେ ଘରଟା ମାଟିରେ ମିଶିଯିବାର ଭଏ ରହିଛେ। ଏନ୍ତାଥି ପରିବାରଟା କେନ୍ଠାନେ ମୁଡ ଗୁଁଜ୍ବେ ସେ ଚିନ୍ତାରେ ଘାରି ହେଉଛନ୍।
ସୂଚନା ଅନ୍ସାରେ କର୍ତ୍ତିଆପଡ଼ାର ମଧୁ ବାଗକଁର ପରିବାର କହେଲେ ଦିବ୍ୟାଙ୍ଗ ମାଏକିନା କରମସନି ବାଗ ଆର ଝି’ ଗାୟତ୍ରୀକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। ମଧୁ ଫିଦିନ୍ ଦୁଇ କେ.ଜି. ଚନା ସିଝେଇ ସେଟାକେ ବିକୁଛନ୍, ସେଥ୍ରେ ଯାହା କମାନି ହେଉଛେ ତାକର ପରିବାର ଚଲୁଛେ। ସରକାରୀ ହିସାବେ ମାସିକ ପାଉଥିବାର ୧୦ କେ.ଜି. ଚାଉଲକେ ଛାଡ଼ିଦେଲେ ବାକି କେହେନ୍ସି ସୁବିଧା ନାଇଁ ପାଏବାର। ଏନ୍ତାଥି ପରିବାରଟା ଦୁଖ୍ସୁଖ କରି ଗୁଟେ ମାଟି ଖପର ଘରେ ପଲିଥିନ୍ ଢାପି ରହୁଛନ୍। ହେଲେ ଲଘୁଚାପ ପରଭାବରେ ଗଲା ୩ ଦିନ୍ ଧରି ହେଇଥିବାର ବରଷାରେ ତାକର ଘରର କେତେ କଁାଥି ମାଡ଼ି ବସିଛେ। ଆଗ୍କେ ଯଦି ବରଷା ପାଏନ୍ ଲାଗି ରହିବା କେତେବେଲେ ବି ଘରଟା ମାଟିରେ ମିଶି ଯିବା ବଲି ପରିବାର ଲୋକ୍ କହିଛନ୍। ଏନ୍ତାଥି କୁଟୁମବସିଆ କେନ୍ଠାନେ ଆଶ୍ରେ ନେବେ ସେ ଚିନ୍ତାରେ ହରମେଶା ଘାରି ହେଉଛନ୍। ଇଆଡ଼େ ମଧୁକଁର ମାଏକିନା କରମସନି ଝନେ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍ତକ ଭିନ୍ନକ୍ଷମ ପରମାନପତର ନାଇଁ ପାଇପାରି। ସେନ୍ତା ସେ ଭିନ୍ନକ୍ଷମ ଭତାରୁ ବି ବଁଚିତ୍ ହେଇ ରହିଛନ୍। ବନେ ବଛର କେତେ ଆଗରୁ କରମସନିକୁଁ ଜର ହେଇଥିଲା। ସେଦିନ୍ଠାନୁ ତାକର ଡେବ୍ରି ଗୋଡ଼ ଅଚଲ ହେଇଯାଇଛେ। ଚିକିଛା କରବାକେ ବି ମଧୁ ସକ୍ଷମ ନୁହଁନ୍। ଗୁଲ୍ଗୁଲା ହେଇ ଜୀବନ୍ ବିତଉଥିବାର ଇ ଗରିବ୍ ପରିବାରକେ ଆବାସ ଯୋଜନାରେ ଘରଖଁଡ଼େ ସଂଗେ ଉନିଆ ସରକାରୀ ସାହାଯ୍ ଯୁଗେଇ ଦେବାକେ ପରିବାର ଲୋକ୍ ଦାବି କରିଛନ୍।