Categories: ଜାତୀୟ

ଲଙ୍ଗର ପାଇଁ ରୁଟି ତିଆରି କଲେ ବ୍ରିଟେନ ରାଜକୁମାର

ନୂଆଦିଲ୍ଲୀ,୧୩।୧୧: ବ୍ରିଟେନ ରାଜକୁମାର ପ୍ରିନ୍ସ ଚାଲର୍‌ସ ୩ଦିନିଆ ଗସ୍ତରେ ଭାରତକୁ ଆସିଛନ୍ତି। ବୁଧବାର ପ୍ରଥମେ ଦିଲ୍ଲୀସ୍ଥିତ ଗୁରୁଦ୍ୱାରା ବାଂଲା ସାହିବରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଚାଲର୍‌ସ ଗୁରୁଦ୍ୱାରା ଦର୍ଶନ କରିବା ପରେ ଲଙ୍ଗର ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ବୁଲି ଦେଖିଥିଲେ। ସେହି ସମୟରେ ସେ ଲଙ୍ଗର ପାଇଁ ରୁଟି କରିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ଚାଲର୍‌ସ ଶିଖ୍‌ଙ୍କ ଗୁରୁ ହରିକୃଷ୍ଣ ସାହିବଙ୍କ ବିଷୟରେ ଗୁରୁଦ୍ୱାରାର ପରିଚାଳକଙ୍କଠାରୁ ସବିଶେଷ ତଥ୍ୟ ହାସଲ କରିଥିଲେ।

Share