Categories: ଖେଳ

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ କମ୍‌ ବାଳିକା ଲଙ୍ଗ୍‌ ଜମ୍ପ୍‌ରେ ଓଡ଼ିଶାର ମନୀଷା ମେରେଲ ରୌପ୍ୟ ପଦକ ଜିତିଛନ୍ତି। ମନୀଷା ୬.୦୭ ମିଟର ଦୂରତାକୁ ଡେଇଁ ପୋଡିୟମ୍‌ର ୨ୟ ସ୍ଥାନରେ ରହିଥିଲେ। କେରଳର ସାନ୍ଦ୍ରା ବାବୁ (୬.୧୬ ମିଟର)ଙ୍କୁ ସ୍ବର୍ଣ୍ଣ ଓ ଆନ୍ସି ସୋଜାନ (୫.୯୬) ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିଭଳି ଓଡ଼ିଶାର ଆଉ ୩ ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ଲଙ୍ଗ୍‌ ଜମ୍ପ୍‌ରେ କାଜଲ ମାଝି, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁସ୍ମିତା ଦେବ ଓ ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଦୀପାଲୀ ମହାପାତ୍ର ଫାଇନାଲରେ ପହଞ୍ଚତ୍ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବାଳିକା ୧୮ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ଓଡ଼ିଶାର ସୁଖୀ ବାସ୍କେ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।

Share