Advertisement

ଆବଶ୍ୟକ ସାମଗ୍ରୀ :
କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର ନେଇ ଏକ ପାତ୍ରରେ ଫୁଟାଯାଏ। କ୍ଷୀରରେ ଆବଶ୍ୟକ ପରିମାଣର ଚିନି, କାଜୁ, ପିସ୍ତାବାଦାମ, କେଶର ପକାଇ ଭଲ ଭାବେ ସିଝାଯାଏ। କ୍ଷୀର ସିଝିଲା ପରେ ଚୁଲାରୁ ଓହ୍ଲାଇ କିଛି ସମୟ ଥଣ୍ଡା କରାଯିବ। ପରେ ସେଥିରେ ଲଚ୍ଛାଗୁଡ଼ିକୁ ଢାଳି ଘାଣ୍ଟି ଦିଆଯାଏ। ସେଥିରେ ଗୁଜୁରାତି ଓ ଚେରି ପକାଇ ଢାଙ୍କୁଣୀ ଘୋଡ଼ାଇ ଦେବେ। ବାସ୍‌ ପ୍ରସ୍ତୁତ ହୋଇଗଲା ଲଚ୍ଛାର ସୁଆଦିଆ ଖାଦ୍ୟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel