ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ ପ୍ରାଧାନ୍ୟ ଦେଇଥାଆନ୍ତି। ଆମେରିକାର ଲିସା ଆଣ୍ଡରସନ ନାମକ ୪୪ ବର୍ଷୀୟା ଏହି ମହିଳା ପାଉଡ଼ର ଖାଇବାରେ ଏପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ କରିଥିବା କୁହାଯାଏ। ଆଜିକୁ ୧୫ ବର୍ଷ ପୂର୍ବେ ତାଙ୍କର ଏହି ଅଭ୍ୟାସ ଆରମ୍ଭ ହୋଇଥିବା ସେ କୁହନ୍ତି। ଯେତେବେଳେ ତାଙ୍କ ପୁଅ ଛୋଟ ହୋଇଥିଲା ସେତେବେଳେ ସେ ତାକୁ ବେବି ପାଉଡ଼ର ଲଗାଇ ଦେବା ସମୟରେ ଏହାକୁ ଖାଇବା ଆରମ୍ଭ କରିଥିଲେ। ସେବେଠୋରୁ ସେ ପାଉଡ଼ର ଖାଇବାରେ ସପ୍ତାହକୁ ପ୍ରାୟ ୧୦ ପାଉଣ୍ଡ ଖର୍ଚ୍ଚ କରନ୍ତି ବୋଲି କୁହନ୍ତି। ସେ ପାଉଡ଼ର ଖାଇବା ପାଇଁ ରାତିରେ ପ୍ରାୟ ୪ ଥର ନିଦରୁ ଉଠିଥାଆନ୍ତି। ଲିସାଙ୍କୁ Anxiety ଓ Depression ସମସ୍ୟା ରହିଛି। ଲିସା କୁହନ୍ତି ଦୁଇଦିନ ତାଙ୍କୁ ପାଉଡ଼ର ବିନା ରହିବାକୁ ପଡିଥିଲା, ଯାହା ତାଙ୍କ ଜୀବନର ସବୁଠାରୁ ଖରାପ ଦିନ ବୋଲି ସେ କୁହନ୍ତି।