ଲଞ୍ଚ ହେଲା ପିଏମ୍‌ଙ୍କ ବାୟୋପିକ୍‌ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’

ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ‘ପୁଣିଥରେ ଆସୁଛନ୍ତି ପିଏମ୍‌ ନରେନ୍ଦ୍ର ମୋଦି, ଏବେ କେହି ଅଟକାଇ ପାରିବେ ନାହିଁ’। ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ଫିଲ୍ମର ନିର୍ମାତା ଉତ୍ସାହିତ ହୋଇ ସୋମବାର ଏହି ପୋଷ୍ଟର ଲଞ୍ଚ କରିଥିବା କୁହାଯାଉଛି। ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଭାଜପାର ବହୁ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବ। ମୋଦିଙ୍କ ପିଲାଦିନରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାହାଣୀକୁ ଏଥିରେ ସ୍ଥାନ ଦିଆଯାଇଥିବା କୁହନ୍ତି ନିର୍ମାତା।

Share