ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍ କାର୍ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର ଲ୍ୟାଣ୍ଡିଂ ଭେଇକିଲ (Personal Air Landing Vehicle, PAL-V) ନାମ ଦିଆଯାଇଛି। ଏହାର ଦାମ୍ ପାଖାପାଖି ୪.୩୦ କୋଟି ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ଏହାର ୭୦ଟି ବୁକିଂ ସରିଛି। ଏହାର ପ୍ରଥମ ଡେଲିଭରି ୨୦୨୧ରେ ହେବ। କାର୍ର ବିକ୍ରି ପାଇଁ କମ୍ପାନୀ ଏକ ସର୍ତ୍ତ ରଖିଛି। ଯେଉଁମାନେ ଏହାକୁ କିଣିବେ ସେମାନଙ୍କ ପାଖେ ଡ୍ରାଇଭିଂ ଲାଇସେନ୍ସ ସହ ପାଇଲଟ ଲାଇସେନ୍ସ ବି ଥିବା ଆବଶ୍ୟକ। ଏହି ଉଡନ୍ତା କାର୍ ୧୨,୫୦୦ ଫୁଟ୍ ଉପରେ ଉଡି ପାରିବ। ଏହା ଆକାଶରେ ଘଣ୍ଟା ପ୍ରତି ୩୨୧ କିଲୋମିଟର ଗତିରେ ଉଡିପାରିବା ସହ ରାସ୍ତା ଉପରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ। ୨ ସିଟର୍ ଏହି କାର୍ର ଓଜନ ରହିଛି ୬୮୦ କିଲୋ। ଏଥିରେ ୨୩୦ ହର୍ଷ ପାଓ୍ବାରର ୪ଟି ସିଲିଣ୍ଡର ଇଞ୍ଜିନ ଲାଗିଛି। ଏହା ୧୦ ମିନିଟ୍ ମଧ୍ୟରେ ଥ୍ରୀ ହ୍ବିଲର କାର୍ରୁ ଜାୟରୋକପ୍ଟରରେ ପରିଣତ ହୋଇଥାଏ।