ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦ ବର୍ଷୀୟ ବ୍ୟକ୍ତି ପୂର୍ବରୁ ଚର୍ଚ୍ଚିତ ନ ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକଳାପ ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ନେଇଆସିଛି। ସୂଚନାଯୋଗ୍ୟ, ନାରାୟଣ ସେନ୍‌ ଲଟେରିରେ ୧କୋଟି ଟଙ୍କା ଜିତିବା ପରେ ଭୟରେ ସେ ଏବେ ପୋଲିସକୁ ସୁରକ୍ଷା ମାଗିଛନ୍ତି। ରବିବାର ନାରାୟଣ ନାଗାଲାଣ୍ଡ ଷ୍ଟେଟ ଲଟେରିରୁ ୧୦ଟି ଟିକେଟ ମୋଟ ୬୦ ଟଙ୍କାରେ କିଣିଥିଲେ। ଟିକେଟ କିଣି ସେ କ’ଣ ଲେଖା ହୋଇଛି ନ ପଢ଼ି ଚୁପ୍‌ଚାପ୍‌ ପକେଟରେ ରଖିଦେଇଥିଲେ। ହେଲେ ରାତିରେ ଜାଣିବାକୁ ପାଇଥିଲେ ଯେ, ସେ କିଣିଥିବା ଲଟେରି ଟିକେଟରୁ କୋଟିଏ ଟଙ୍କା ଜିତିଛନ୍ତି। ଏହାପରେ ସୋମବାର ସେ କାଲନା ଥାନାରେ ପହଞ୍ଚି ଏସ୍‌ଏଚ୍‌ଓ ରାକେଶ ସିଂହଙ୍କ ନିକଟରେ ନିଜର ସୁରକ୍ଷା ପାଇଁ ନିବେଦନ କରିଥିଲେ। ନାରାୟଣ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ନଳକୂଅ ଅପରେଟର ଭାବେ ସେ ଚାକିରି କରୁଥିବା ବେଳେ ୧୦ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି। ୧୦ ହଜାର ଟଙ୍କା ପେନ୍‌ସନ ପାଉଥିବା ନାରାୟଣ ଏବେ ରାତାରାତି କୋଟିପତି ହୋଇଯାଇଛନ୍ତି।

Share