ଲଟେରି ଉଠିଥିବା କହି ଠକିନେଲେ ୨୯ ହଜାର

ଭଦ୍ରକ ଅଫିସ, ୧୮।୧୦ – ଫୋନ କଲ୍‌ ମାଧ୍ୟମରେ ଲଟେରି ଉଠିଥିବା କହି ଠକି ନେଲେ ୨୯ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଗରଦପୁର ଦୁର୍ଗାପୁର ଗଁାରେ। ଠକେଇର ଶିକାର ହୋଇଥିବା ମହମ୍ମଦ ହାମ୍‌ଜାଙ୍କ ଏତଲାକୁ ଭିତ୍ତିକରି ପୁରୁଣାବଜାର ଥାନା ପୋଲିସ ମାମଲା(ନଂ.୨୦୨/୧୯) ରୁଜୁ କରି ତଦନ୍ତ ଚଳାଇଛି।
ମହମ୍ମଦ ହାମ୍‌ଜା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ବୁଧବାର ତାଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା। ତମର ଲଟେରି ଉଠିଥିବା କହି ନିର୍ଦ୍ଦିଷ୍ଟ ଏକ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଉକ୍ତ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରିଥିଲେ। ଏହାର କିଛି ସମୟ ପରେ ଅନ୍ୟ ଜଣେ ମହିଳା ତାଙ୍କ ସେହି ନମ୍ବରକୁ କଲ୍‌ କରି ୧୧ ହଜାର ୯୯୯ ଟଙ୍କା ଜମା କଲେ ତମ ନଁାରେ ଜିଏସ୍‌ଟି ବିଲ୍‌ ହୋଇ ଉକ୍ତ ଲଟେରି ସାମଗ୍ରୀ ପଠାଯିବ କହି ଅନ୍ୟ ଏକ ଆକାଉଣ୍ଟ ନମ୍ବର ଦେଇଥିଲେ। ସେ ଉକ୍ତ ଆକାଉଣ୍ଟରେ ମଧ୍ୟ ୧୧,୯୯୯ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ଟଙ୍କା ମିଳି ନ ଥିବା ଓ ପୁଣିଥରେ ପଠାଇବାକୁ ତାଙ୍କୁ ମହିଳା ଜଣଙ୍କ କଲ୍‌ କରି କହିବା ସହ ଏକାସଙ୍ଗେ ୨୪ ହଜାର ଟଙ୍କା ଫେରାଇ ଦିଆଯିବ ବୋଲି ସେ କହିଥିଲେ। ହେଲେ ଗୁରୁବାର ଟଙ୍କା ନ ଫେରିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ।