ଲଡୁବାବା ମନ୍ଦିରରେ ଭଙ୍ଗହେଲା ୨୦୦ ବର୍ଷର ପରମ୍ପରା: ଶୀତଳଷଷ୍ଠୀରେ କରାଗଲାନି ଠାକୁରଙ୍କ ନଗର ପରିକ୍ରମା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ଼ ଅଫିସ,୯ା୬- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁବାବା ମନ୍ଦିରରେ ୨୦୦ ବର୍ଷର ପରମ୍ପରା ଭଙ୍ଗ କରାଯାଇଛି। ଗୁରୁବାର ଶୀତଳଷଷ୍ଠୀରେ ଠାକୁରଙ୍କ ବିଜେ ପ୍ରତିମାଙ୍କୁ ନଗର ପରିକ୍ରମା କରାଯାଇ ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଶୀତଳଷଷ୍ଠୀରେ ଲଡ଼ୁବାବାଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ନିଜ ଗ୍ରାମ ଭିକାରୀପଡ଼ାକୁ ଯାଇ ବରବେଶରେ ସଜାଇ ହୋଇ ରହିଥାନ୍ତି। ମା’ପାର୍ବତୀଙ୍କ ପକ୍ଷରୁ ବିଜେ ପ୍ରତିମା ଗୋପୀନାଥଜୀଉ ମାର୍କେଟରେ ଥିବା ଚାଳିମଣ୍ଡପରେ ଭୋଗ ଖାଇ ନଗର ପରିକ୍ରମା ପରେ ଭିକାରୀପଡ଼ାକୁ ଯାଇ ବିବାହ କାର୍ଯ୍ୟ ପାଇଁ ଚନ୍ଦ୍ରଶେଖରଙ୍କୁ ଆମନ୍ତ୍ରଣ କରନ୍ତି। ଫେରିବା ବେଳେ ମନ୍ଦିରଠାରୁ ୧୦୦ ମିଟର ଦୂରରେ ବର ଓ କନ୍ୟାଯାତ୍ରୀଙ୍କ ମଧ୍ୟରେ ଗୀତ ମାଧ୍ୟମରେ କଥା କଟାକଟି ହୁଏ। ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗେ। ଏହା ପରେ ମନ୍ଦିରରେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ। ହେଲେ ପ୍ରଶାସନ ପକ୍ଷରୁ ପୁରୁଣା ଚାଳିମଣ୍ଡପ ଭଙ୍ଗାଯିବା ପରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗୁରୁବାର ଠାକୁରଙ୍କ ନଗର ପରିକ୍ରମା କରା ନ ଯାଇ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ମାର୍କେଟରେ ନୂତନ ଚାଳିମଣ୍ଡପ କରାଯାଇଥିଲେ ମଧ୍ୟ ସେବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ଠାକୁରଙ୍କ ବାହ୍ୟ ପର୍ବ ବନ୍ଦ କରାଯାଇଛି। ପ୍ରଶାସନ ଓ ସେବାୟତଙ୍କ ବିବାଦରୁ ଠାକୁରଙ୍କ ବାହ୍ୟପର୍ବ ବନ୍ଦ ହେବା ଘଟଣାକୁ ଭକ୍ତମାନେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଲଡ଼ୁବାବାଙ୍କ ବିଜେପ୍ରତିମା ଶ୍ରୀ ଚନ୍ଦ୍ରଶେଖର ଦଶହରା, ଦୋଳପୂର୍ଣ୍ଣିମା, ଶୀତଳଷଷ୍ଠୀ, ଚନ୍ଦନଯାତ୍ରା, ମାଘସପ୍ତମୀ ଭଳି ୩୭ଟି ବିଶେଷ ପର୍ବପର୍ବାଣିରେ ଷୋଡ଼ଶ ଉପଚାରରେ ଚାଳିମଣ୍ଡପରେ କିଛି ସମୟ ରହି ସେଠାରେ ଚାଚେରି ଭୋଗ କରାଯାଏ। ହେଲେ ଅଗଷ୍ଟ ୨୦୧୭ରେ ରାଜ୍ୟ ରାଜପଥ-୨୧ ପ୍ରଶସ୍ତୀକରଣ ସମୟରେ ଉକ୍ତ ଚାଳିମଣ୍ଡପକୁ ଭଙ୍ଗାଗଲା। ଉକ୍ତ ମଣ୍ଡପର ଶାସ୍ତ୍ରୀୟ ମର୍ଯ୍ୟାଦା କ’ଣ ସେ କଥା ଚିନ୍ତା ନ କରି ଛତିଶା ନିଯୋଗ ତଥା ପଣ୍ଡିତମାନଙ୍କ ବିନା ପରାମର୍ଶରେ ପ୍ରଶାସନ ପୁରୁଣା ମଣ୍ଡପକୁ ଭାଙ୍ଗି ମାର୍କେଟଠାରେ ନୂତନ ଚାଳିମଣ୍ଡପ ତିଆରି କରିଥିବା ସେବାସୀ ସଂଘ ସଭାପତି ତ୍ରିଲୋଚନ ମହାପାତ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନ ମାର୍କେଟରେ ନିର୍ମାଣ ହୋଇଥିବା ନୂତନ ଚାଳିମଣ୍ଡପଠାରେ ପୂର୍ବରୁ ଏକ ଧର୍ମଶାଳା ଥିଲା। ଧର୍ମଶାଳାରେ ଚାଳିମଣ୍ଡପ ତିଆରି ହୋଇଥିବାରୁ ତାହା ଶାସ୍ତ୍ରସମ୍ମତ ନୁହେଁ ବୋଲି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଏ ବିବାଦ ନେଇ ସେବାୟତ ସଂଘ ଓ ଶରଣକୁଳ ଅଞ୍ଚଳର ୧୦ ଖଣ୍ଡ ମୌଜାର ଲୋକେ ଏଣ୍ଡାଓମେଣ୍ଟ କମିଶନଙ୍କୁ ଜଣାଇଥିଲେ। ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଅଗଷ୍ଟ ୨୦୧୭ରେ କେତେଜଣ ବ୍ୟକ୍ତିଙ୍କ ସ୍ବାର୍ଥ ସାଧନରେ ଲଡୁବାବାଙ୍କ ଚାଳିମଣ୍ଡପ ଭଙ୍ଗାଯାଇଥିଲା। ଏ ନେଇ ପ୍ରଶାସନକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ। ଏହାର ଅନୁସନ୍ଧାନ କରି ପୂର୍ବରୁ ଥିବା ଚାଳିମଣ୍ଡପଠାରେ ଅସ୍ଥାୟୀ ଚାଳିମଣ୍ଡପ କରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା। ମେ ୧ ତାରିଖରେ ଏଣ୍ଡାଓମେଣ୍ଟ କମିଶନ ନୟାଗଡ଼ ଦେବୋତ୍ତର ବିଭାଗକୁ ପୂର୍ବ ସ୍ଥାନରେ ଅସ୍ଥାୟୀ ଚାଳିମଣ୍ଡପ କରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ପ୍ରଶାସନ ପକ୍ଷରୁ ପାଳନ କରାଗଲା ନାହିଁ। ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରଶାସନ ତ ସେବାୟତମାନଙ୍କୁ ଜୋରଜବରଦସ୍ତ କରି ବାହ୍ୟପର୍ବ କରାଇବ ନାହିଁ, ସେବାୟତମାନେ ଏସବୁ ନିଜଆଡ଼ୁ କରିବା କଥା। ଯେଉଁମାନେ କରିନାହାନ୍ତି ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ଏଣ୍ଡାଓମେଣ୍ଟ କମିଶନ ଚିଠି କରିଥିବାରୁ ଏହାର ତଦନ୍ତ କରାଯାଇ ସମାଧାନ କରାଯିବ। ଏହାଛଡା ପୁରୁଣା ଚାଳିମଣ୍ଡପଠାରେ ଡ୍ରେନ ନିର୍ମାଣ ହୋଇଥିବାରୁ ସେଠାରେ କିପରି ଅସ୍ଥାୟୀ ମଣ୍ଡପ କରାଯାଇ ଭୋଗ ଲାଗିବ ବୋଲି ଉପଜିଲାପାଳ ସାହୁ ପ୍ରକାଶ କରିଥିଲେ। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ଏହି ବିବାଦ ସମାଧାନ ପାଇଁ ଭକ୍ତ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri