ଲଣ୍ଡନରେ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ

ଓ୍ବାଶିଂଟନ,୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଙ୍କିମହାମ୍‌ ପ୍ୟାଲେସରେ ଆୟୋଜିତ ଏକ ରାଜକୀୟ ଭୋଜିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହାକୁ ବିରୋଧ କରି କିଛି ସଙ୍ଗଠନ ଶନିବାର ବିରୋଧ ପ୍ରଦର୍ଶନ କରି ଏକ ରାଲିର ଆୟୋଜନ କରିଥିଲେ। ଉକ୍ତ ସଂସ୍ଥାର କହିବା କଥା ହେଲା ଲଣ୍ଡନ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ରେଡ୍‌ କାର୍ପେଟ୍‌ ଟ୍ରିଟମେଣ୍ଟର ଯୋଗ୍ୟତା ନାହିଁ। ସେଥିପାଇଁ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

Share