ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ ତାଙ୍କର ୨ପିଲାଙ୍କ ସହ ଛୁଟି କଟାଉଥିବା ଫଟୋରେ ଦେଖିବାକୁ ମିଳିଛି। ହେଲେ ଏହାରି ଭିତରେ ଗୁରୁବାର ମୁମ୍ବାଇ ଏୟାରପୋର୍ଟରେ କରୀନାଙ୍କୁ ସ୍ପଟ କରାଯାଇଛି। ସ୍ପଟ ସମୟରେ କରୀନାଙ୍କ ସହ ପରିବାରର ଅନ୍ୟ କୌଣସି ସଦସ୍ୟ ନ ଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କରୀନା ନିଜର ରିଆଲିଟି ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଶୁଟିଂ ପାଇଁ ମୁମ୍ବାଇକୁ ଆସିଛନ୍ତି। ମାତ୍ର ୧୨ ଘଣ୍ଟା ପାଇଁ କରୀନା ମୁମ୍ବାଇକୁ ଫେରିଥିବା ବେଳେ ଏତେ କମ୍‌ ସମୟରେ ସେ ତୈମୁରଙ୍କୁ ସାଙ୍ଗରେ ଆଣି ନ ଥିବା ଚର୍ଚ୍ଚା ହେଉଛି। ପ୍ରଫେସ୍‌ନାଲ କମିଟ୍‌ମେଣ୍ଟ ପୁରା କରିବାରେ କରୀନା ପରଫେକ୍ଟ ରହିଥିବା ବେଳେ ନିଜ ଭେକେସନ୍‌ ଟାଇମ୍‌ରୁ ସମୟ କାଢ଼ି ସେ ୟୁରୋପରୁ ମୁମ୍ବାଇକୁ ଆସିଥିଲେ। ତେବେ ଗୁରୁବାର ଶୁଟିଂ ସାରି ରାତିରେ ପୁଣି ନିଜ ପରିବାର ପାଖକୁ କରୀନା ଲଣ୍ଡନ ଫେରିଯିବେ। ଏହି ଶୋ’ ଜରିଆରେ କରୀନା ପ୍ରଥମ ଥର ପାଇଁ ଟେଲିଭିଜନ୍‌ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିରେ ସେ ଜଜ୍‌ ଭାବେ ନଜର ଆସିବେ।

Share